STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗ୍ରୀଷ୍ମ ଋତୁର ତାଣ୍ଡବ

ଗ୍ରୀଷ୍ମ ଋତୁର ତାଣ୍ଡବ

1 min
229


ଭୟାଭୟ ଭଟ୍ଟା ମାଡି ଆସୁ ଅଛି

ବିଶାଳ ଧରଣୀ ଗର୍ଭେ,

ପ୍ରଖର ଖରାର ବିଚିତ୍ର ତାଣ୍ଡବ

ତାଣ୍ଡବ କରୁଛି ଭବେ।୧।


ଜଗନ୍ନାଥ ନାମ ଗୁଞ୍ଜୁ ଅଛି ଏଠି

ହାହାକାର ରାବ ଶୁଭେ,

କରୁଣାର ମୂର୍ତ୍ତି ପ୍ରଭୁ ନିଳାଞ୍ଚଳ

ଶୁଭ କରିବେଟି ଭବେ।୨।


ଛାର ଯନ୍ତ୍ରଣା ଟି କି କରି ପାରିବ

ଜଗନ୍ନାଥ ଭୂମି ଏହି,

ବିପଦ ପାହାଡ ଆସୁ ପଛେ ମାଡି

ନିରୋଗ କରିବେ ସେହି।୩।


ପ୍ରଭୁଙ୍କ ନୟନ ପଡି ଗଲେ ଏଠି

କରୋନାର ମୂଲ୍ୟ ନାହିଁ,

ବୀର ଭୂମି ଏହି ବୀରତ୍ବ ରହିଛି

ଡ଼ରିବାଟି କେଭେଁ ନାହିଁ।୪।


ଜ୍ଞାନୀ ମୁନି ଋଷି ଲେଖି ଦେଇଛନ୍ତି

ଜ୍ଞାନର ଲିଖନେ ଯାହା,

ବିଜ୍ଞାନ ହୋଇଛି ବୈଜ୍ଞାନିକ ପାଇଁ

କରୋନା ଟିକାଟି ତାହା।୫।


ଭଗଭୂମି ନୂହେଁ ଭବଭୂମି ସିନା

କାଳିଆର ଦୋଷ କାହିଁ,

ପ୍ରତିକାର ଜ୍ଞାନ ପୂର୍ବେ ଦେଇଛନ୍ତି

ଭୟ କରିବାର ନାହିଁ।୬।


ଯାହା ହେବା କଥା ଘଟିବଟି ତାହା

ସମୟର ଚକ୍ର ଏହି,

କର୍ମ କରିବାରେ ଜନ୍ମଟି ଆମର

ଡ଼ରିବାର ପ୍ରଶ୍ନ ନାହିଁ।୭।


ଦେଖ ଭକ୍ତଗଣ ପ୍ରଭୁଙ୍କ କରୁଣା

ପ୍ରଚଣ୍ଡ ଖରାର ସଙ୍ଗେ,

ପ୍ରଭୁଙ୍କ ଆଦେଶେ ବର୍ଷା ହେଉଅଛି

ମଧୁର ପବନ ସଙ୍ଗେ।୮।


ଯାହା ଭି ହେଉଛି ଯାହା ଭି ହୋଇବ

ପ୍ରଭୁଙ୍କ ଲିଖନ ତାହା,

କର୍ମର ନିମନ୍ତେ ଜୀବନ ହୋଇଛି

ବୄର୍ଥା ନ କରିବା ଏହା।୯।


ଭୟାଭୟ ଭଟ୍ଟା ମାଡି ଆସୁ ଅଛି

ବିଶାଳ ଧରଣୀ ଗର୍ଭେ,

ପ୍ରଖର ଖରାର ବିଚିତ୍ର ତାଣ୍ଡବ

ତାଣ୍ଡବ କରୁଛି ଭବେ।୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract