STORYMIRROR

Maheswar sahoo

Tragedy

3  

Maheswar sahoo

Tragedy

ଗରିବ ହେଉଛି ହତାଶ

ଗରିବ ହେଉଛି ହତାଶ

1 min
235

ଆତଙ୍କ ବାଦିୟେ କଳା ଧନ ରଖି

     ଦେଶକୁ କରନ୍ତି ବିନାଶ

ଆମେ ତ ଗରିବ ଦୌଡୁଛୁ ବ୍ୟାଙ୍କ

     ହୋଇ ଦୈନିକ ହତାଶ

ଏଲଏମ ଖାଲି ଗରିବ ହେଉଛି ହତାଶ

ମଦ ପିଇ ଲୋକେ ଦୁର୍ଘଟଣା କଲେ

     ସେଥିରେ ଚେକିଙ୍ଗ ଅଶେଷ.

ହେଲମେଣ୍ଟ ଫାଇନ ଲାଇସେନ୍ସ ପାଇଁ

      ଭଲ ଲୋକ ହୁଏ ହତାଶ

      ଖାଲି ଗରିବ ହେଉଛି ହତାଶ

ଠକେଇ ସଂସ୍ଥାରେ ପଇସା ରଖିଣ

      ମଉସା ଧାଉଁଚି ଜେରକ୍ଶ

ମିଳିବ ମିଳିବ ଭରଷା ଦେଇଣ 

       ଏଜେଣ୍ଟ କରନ୍ତି ସନ୍ତୁଷ୍ଟ

      ଖାଲି ଗରିବ ହେଉଛି ହତାଶ

ଜିରୋ ଆକାଉଣ୍ଟ ଆଧାର ପାଇଁକି

      ହଟ ହଟା ହୁୟେ ମଣିଷ

ଜିରୋ ଆକାଉଣ୍ଟ ଫ୍ରି ଆଧାର କୁ

      ଜନ ସେବା ନିଅନ୍ତି ଦୁଇସ

      ଖାଲି ଗରିବ ହେଉଛି ହତାଶ

ଯୋଜନା ହେଉଛି ଶହେ ଟଙ୍କାର

      ଗରିବ ପାଉଛି ପଚାଶ

ଟ୍ୟାକ୍ଶ ଭରି ଭରି ଜୀବନ ଯାଉଛି

       କଲବଲ ହୁଏ ମଣିଷ

     ଖାଲି ଗରିବ ହେଉଛି ହତାଶ

ମଦ ପାଇଁ ଲୋକେ ଟଣା ଟଣୀ ହ୍ୱନ୍ତି

     ପିଇ ହୋଇ ଯାନ୍ତି ରାକ୍ଷସ

ଦୁନିଆରେ ଆମେ ଶ୍ରେଷ୍ଠ ହେବା ପାଇଁ

     ମଦ କୁ କରନି ପ୍ରବେଶ

    ଖାଲି ଗରିବ ହେଉଛି ହତାଶ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy