STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ଗୋପୀ ମନୋହାରୀ ବ୍ରଜବିହାରୀ

ଗୋପୀ ମନୋହାରୀ ବ୍ରଜବିହାରୀ

1 min
12


ଗୋପୀ ମନୋହାରୀ ବ୍ରଜବିହାରୀ

ରାଧା ପ୍ରାଣ ଧନ ମୁରଲୀଧାରୀ,

ଯଶୋଦା ନନ୍ଦନ ପ୍ରଭୁ ଶ୍ରୀହରି

ଦୁଷ୍ଟ ରାକ୍ଷସଙ୍କ ବିନାଶକାରୀ ସେ,

ସଦା କରନ୍ତି କଲ୍ୟାଣ ଯେ

ଶୁଣନ୍ତି ଗୁହାରି ରଖନ୍ତି ଉଦ୍ଧରି

କୃପାସିନ୍ଧୁ ଆର୍ତ୍ତତ୍ରାଣ ଯେ।


ରସିକ ନାଗର ଲବଣୀ ଚୋର

ପ୍ରେମିକ ପ୍ରବର ବଡ଼ଠାକୁର,

ବଇଁଶୀ ବଜାଇ କଦମ୍ବ ମୂଳେ

ପ୍ରେମଲୀଳା କଲେ ଯମୁନାକୂଳେ ସେ,

ଅମର ହୋଇଲା ପ୍ରେମ ଯେ

ଅନାବିଳ ଭାବ ଭବେ ଅଭିନବ 

ସଂସାରରେ ଅନୁପମ ଯେ।


ଷୋହଳ ସହସ୍ର ଗୋପର ନାରୀ

ଶରଧା ଭକତି ବଳରେ ବରି,

କୃଷ୍ଣଙ୍କୁ ପାଇଲେ ତପସ୍ୟା କରି

ବ୍ରଜ ଧାମେ ନେଲେ ମନକୁ ହରି ସେ,

ରାଧାକୃଷ୍ଣଙ୍କ ମିଳନ ଯେ 

ଜଗତେ ବିରଳ ହେଲା କାଳ କାଳ 

ଗାଥା ତାର ଚିରନ୍ତନ ଯେ।


ଧ୍ରୁବ ପ୍ରହଲ୍ଲାଦ ହୋଇ ଭକତ

ସାରା ଜଗତରେ ହୋଇଲେ ଖ୍ୟାତ

ଶବରୀ ହୋଇଲେ ଦର୍ଶନେ ପ୍ରୀତ

ଭାବେ ଭାବଗ୍ରାହୀ ଦେବକୀ ସୁତ ସେ,

ଉଡ଼େ ତାଙ୍କ ଯଶ ବାନା ଯେ 

ବ୍ରହ୍ମାଣ୍ଡ ପାଳକ ସଂସାର ରକ୍ଷକ 

ଗତି ନାହିଁ ତାଙ୍କ ବିନା ଯେ।


ପ୍ରଭୁ ପ୍ରେମେ ବାଇ ହୋଇଲେ ମୀରା

ନାମକୁ ଭଜିଲେ ଜୀବନ ସାରା,

ଚକିତ ହୋଇଲା ଏ ବସୁନ୍ଧରା

ଜୀବର ଜୀବନ ଆଖିର ତାରା ସେ,

ବିପଦେ ହୁଅନ୍ତି ସାହା ଯେ,

ତାଙ୍କର କରୁଣା ହୁଏ ନାହିଁ ଊଣା

ଭକତ ଜନର ରାହା ଯେ।


ଗୋପୀ ମନୋହାରୀ ବ୍ରଜବିହାରୀ

ଦାରୁବ୍ରହ୍ମ ରୂପ ଅଛନ୍ତି ଧରି,

ଶରଣେ ତାଙ୍କର ଜୀବ ଜଗତ

ଆଶିଷ ପ୍ରଦାନେ କରନ୍ତି ହିତ ସେ,

ତାଙ୍କ ଚରଣେ ମିନତି ଯେ

ହୋଇଣ ସଦୟ ଦିଅନ୍ତୁ ଅଭୟ

ଭକ୍ତିରେ ଢ଼ାଳେ ପ୍ରଣତି ଯେ।


 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract