ଗୋମାତା ର ନିଅ ଯତ୍ନ
ଗୋମାତା ର ନିଅ ଯତ୍ନ


ଗୋମାତା ଆମର କରେ ଉପକାର,
ଦିଅଇ ଆମକୁ କ୍ଷୀର ।
ଘରେ ଥିଲେ ଗାଈ ଦୁଧ,ଦହି,ଛେନା,
ମିଳିଥାଏ ବାରମ୍ବାର ।।
ତା ଗୋବର ପରା ପବିତ୍ର କାର୍ଯ୍ୟରେ,
ହୋଇଥାଏ ନିତି ଲୋଡା ।
ତା ମୁତ୍ର ସେବନେ ଆମ ଶରୀରରୁ,
କେତେ ରୋଗ ହୁଏ ଛଡା ।।
ଗୋମାତାର ଆମେ କରିଥିଲେ ସେବା,
ଈଶ୍ୱର ହୋଇବେ ଶାନ୍ତି ।
ତା ଛୁଆ ବାଣ୍ଟରୁ କ୍ଷୀର କାଢି ଦିଏ,
ଏ ମା' ମମତାର ପ୍ରୀତି ।।
ତା ଗୋବର ପୁଣି ହୁଅଇ ଜାଳେଣୀ,
ଆମେ ପାଇଥାଉ ଲାଭ ।
ଆଉ କେଉଁ ପଶୁ ଗୋମାତା ପରି,
ମା'ଟେ ହୋଇପାରିବ ?
ପାଳିତ ପଶୁଙ୍କ ମଧ୍ୟରେ ଗୋମାତା,
ସତେ କି ଗୋଟିଏ ରତ୍ନ ।
ଭାଇଭଉଣୀଙ୍କୁ ଛୋଟ ନିବେଦନ,
ଗୋମାତାର ନିଅ ଯତ୍ନ ।।