Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Others

3  

Prabhati Mahapatra

Romance Others

ଗୋଲାପ

ଗୋଲାପ

1 min
182


 

ତୁମେ ଟାଣି ଦେଲ କଣ୍ଟକର ପଥ

ମୋତେ ତ ନ ଥିଲା ଜଣା

ହେଲେ ବହୁ ଖୁସି ଆଜିର ଦିନରେ

ଖୁସି ମୋ ଘର ଅଗଣା ।

ରଙ୍ଗିନ୍ ମନ ମୋ ବାସ୍ନା ଭରା ରୂପ

ନିରାପଦେ ଥାଏ ରହି

ମୋର ପ୍ରଲୋଭନେ ଭାବୁକ ପ୍ରେମିକ

ନପାରନ୍ତି ମୋତେ ଛୁଇଁ ।

ଗୋଲାପ ନାମରେ ନାମିତ ହୋଇ ମୁଁ

ପୁଲ୍ଲକିତ ରାତ ଦିନ

ବିବାହ ଉତ୍ସବେ ଶୋଭା ବାଢୁ ଥାଇ

ବିମୋହିତ ଜନ ମନ ।

ବିଧି ଉଦ୍ୟାନରେ ସୌନ୍ଦର୍ଯ୍ୟ ବଢାଏ

ମୋ ବିନା ଶ୍ରୀହୀନ ବାଗ

ସେଥିପାଇଁ ଲୋଡ଼େ ନିତି ଦିନ ମାଳି

ହୃଦୟେ ଭରି ସରାଗ ।

କଣ୍ଟାର ପ୍ରାଚୀର ଗଢି ଦେଲ ତୁମେ

ମୋ ପ୍ରାଣ ସୁରକ୍ଷା ପାଇଁ

ଭୂଲିବିନି କେବେ ଜୀବନେ ତୁମକୁ

 ରାହା ଦେଖୁ ଥିବି ମୁହିଁ ।



Rate this content
Log in

Similar oriya poem from Romance