STORYMIRROR

Rama chandra Pradhan

Tragedy

2  

Rama chandra Pradhan

Tragedy

ଗଣତନ୍ତ୍ର

ଗଣତନ୍ତ୍ର

1 min
122

ଗଣତନ୍ତ୍ର ଆଜି ଗୁମୁରି କାନ୍ଦୁଛି 

  ନାରୀ ନିର୍ଯାତନା ଝାସରେ

ପ୍ରଶାସନ ଏଠି ନିରବି ଶୋଇଛି 

  ନେତାଙ୍କର ଛତ୍ର ଛାଇରେ

ମଣିଷ ପଣିଆ ହଜି ତ ଯାଇଛି 

  ଏଇ ପାପୀ କଳି ଯୁଗରେ 

ନାରୀର ଇଜତ ନିଲାମ ହେଉଛି 

  ଏଠି ଦିବା ଦି ' ପହରରେ

ବଳାତ୍କାର ରୋଗ ସଭିଙ୍କୁ ଗ୍ରାସିଛି 

  ଧର୍ମ ନାହିଁ ଏ ଦୁନିଆରେ 

ଆଇନ କାନୁନ୍ ସ୍ଥାଣୁ ପାଲଟିଛି 

 ଦୋଷୀ ବୁଲେ ବିଚ୍ ରାସ୍ତାରେ

ଲାଞ୍ଚ କାରବାର ସୀମା ଟପିଲାଣି 

  ସବୁ ସରକାରୀ କଳରେ 

ନ୍ୟାୟ ବିଚାର ବି ବନ୍ଧା ପଡିଲାଣି 

  ଆଇନର ଅନ୍ଧ ଗଳିରେ

ଭାଇ ଭାଇ ମଧ୍ୟେ ହଣାକଟା ଆଜି 

   ତୁଚ୍ଛ ରାଜନୀତି ଖେଳରେ 

ଫିକା ଫିକା ଲାଗେ ଗାଆଁ ଠୁ ସହର 

   ସ୍ୱାର୍ଥପରତାର ମଳିରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy