ଗଙ୍ଗଶିଉଳି
ଗଙ୍ଗଶିଉଳି
ଗଙ୍ଗଶିଉଳି ମୁଁ ଆସିଥିଲି ପରା
ସାଥି ହୋଇ ରାତିକର
ରାତି ସରିଗଲା ପ୍ରୀତି ସରିଗଲା
ସରିଲା ଜୀବନ ମୋର । (୧)
ଛୋଟିଆ ଜୀବନେ ସୁବାସ ବିତରି
ଫେରିଯିବି ବହୁ ଦୂରେ
ମନେ ରଖିଥିବ ମୋ ପ୍ରିୟ ବାନ୍ଧବ
ରହି ଥିବି ମୁଁ ସ୍ମୃତିରେ । (୨)
ଚାଲି ଗଲି ବୋଲି ରାଗିବନି କେବେ
ଅଳପ ସମୟ ପରେ
ଭାବିବନି କେବେ ଜୀବନ ବାଟରେ
ସମୟ କେମିତି ସରେ । (୩)
ଯାହାବି ମିଳିଲା ହସି ବାଣ୍ଟି ଦେଇ
ଫେରିଯିବା ସାଥୀ ଦୂରେ
ମୋ ଜୀବନ ପରା ଖାଲି ସ୍ମୃତି ଭରା
ସତ ସରେ ରାତିକରେ ।। (୪ )