STORYMIRROR

Sanjay Kumar

Children Fantasy Comedy

3  

Sanjay Kumar

Children Fantasy Comedy

ଗଜଲ ଗଜଲ

ଗଜଲ ଗଜଲ

1 min
14.3K


କୋଇଲିର କୁହୁକୁହୁ, କାଉର କା କା
ବିଲୁଆର ହୁକେ ହୋ, ବାଛୁରୀର ହ ମା
ଡାକେ.....
ଆସ ବେଗ ମା.. ବେଗ ମା.. ବେଗ ମା

ବିଜୁଳିର ଢୋ ଢା, ପବନର ସୁ ସୁ
ଝରଣାର କୁଳୁକୁଳୁ, ସାଗରର ଘୁ ଘୁ
କହେ.....
ପ୍ରଳୟ କରିବି ମୁଁ.. କରିବି ମୁଁ.. କରିବି ମୁଁ

ବେଙ୍ଗର କେଁକଟର, ମହୁମାଛିର ଗୁଣୁଗୁଣୁ
ବଂଶୀର ଧୀରସ୍ବର, ନୂପୁରର ରୁଣୁଝୁଣୁ
ଦେଖ.....
ଆମେ ମନ ଜିଣୁ.. ମନ ଜିଣୁ.. ମନ ଜିଣୁ

ଘଣ୍ଟାର ଟିକ୍ ଟିକ୍, ରେଳଗାଡି ଛୁକ୍ ଛୁକ୍
ପେଟର କଁ କଁ, ହୃଦୟର ଦୁକ୍ ଦୁକ୍
ଶୁଣ.....
ଜମାରୁ ଦବୁନି ବ୍ରେକ୍.. ଦବୁନି ବ୍ରେକ୍.. ଦବୁନି ବ୍ରେକ୍

ଫୋନରେ କ୍ରିଂ କ୍ରିଂ, ଲାଗେ ଭାରି ଭଲ
ହଉପଛେ ଅସୁନ୍ଦର, ଆସିଯାନ୍ତା ଟିକେ କଲ
ହେଇଯାନ୍ତା କମାଲ...
ହାଏ.....
ତା ସ୍ବର ଗଜଲ ଗଜଲ.. ଗଜଲ ଗଜଲ.. ଗଜଲ ଗଜଲ


Rate this content
Log in

Similar oriya poem from Children