STORYMIRROR

DILIP KUMAR SAHOO

Abstract Inspirational

3  

DILIP KUMAR SAHOO

Abstract Inspirational

ଗୀତ

ଗୀତ

1 min
202


 ଗୀତ ସାଥେ ସାଥୀ, ମିତ ହୋଇଗଲେ

 ଫୁଲ ଫୁଟି କରେ ଗେଲ

 ଗୀତରେ ଗୀତରେ ଝୁମେଇ ପାରିଲେ

 କଣ୍ଟାବି ପାଏରେ ଭଲ


  ଗୀତ କରିଦିଏ ପ୍ରିୟା କୁ କିମିଆ

  ନିଦ କରେ ତାର ଚୋରି

  ହଜିଯାଏ ସିଏ ଅଜଣା ରାଇଜେ

  ଆଖିଏ ସପନ ଭରି

  ପଲକରେ ତାର ପ୍ରିତିର ପୁଲକ

  ଲାଜର ଅଲୁରା ଜାଲ 

  ଫୁଲ ଫୁଟି କରେ ଗେଲ ...


  ଗୀତ ଭରିଦିଏ ଅବୁଝା ଆଖିରେ

  ସୁନେଲି ରଙ୍ଗର ଆଶା

  ପ୍ରେମ ପିରତିରେ ସ୍ନେହ ଶରଧାରେ

  ନୀରବ ଓଠରେ ଭାଷା

  ମନଛୁଆଁ ଗୀତ ଅମା ଉଁଆସ କୁ

  କରିଦିଏ ଝଲମଲ

  ଫୁଲ ଫୁଟି କରେ ଗେଲ...


   ମିଠା ଗୀତ ସୁର ସଜ ସକାଳକୁ

   କରିଦିଏ ମଧୁମୟ

   ସାରାଦିନ ଲାଗେ ସୁରିଲା ସୁରିଲା

   ଛନ୍ଦମୟ ସୁଧାମୟ

   ଜୀବନ ଲାଗଇ ସହଜ ସୁନ୍ଦର

   ଗୀତକୁ ପାଇଲେ ଭଲ

  ଫୁଲ ଫୁଟି କରେ ଗେଲ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract