STORYMIRROR

Gyanendriya Dash

Comedy

4  

Gyanendriya Dash

Comedy

ଘରର ଘରଣୀ, ମୋ ମାଳିକାଣୀ

ଘରର ଘରଣୀ, ମୋ ମାଳିକାଣୀ

1 min
399


ବିନୋଦିନୀ ନାମ୍ନୀ ମୋର ଘରଣୀ,

କାଳୀ ମାଁ ପରି ତାଙ୍କ ଚାହାଣୀ,

ରାଜା ଝିଅ ସତେ ତାଙ୍କରି ଠାଣି,

କରି ଦିଅନ୍ତି ମୋ ପିଲେହି ପାଣି,

ଘରର ଘରଣୀ ମୋ ମାଳିକାଣୀ ।


ଭୋର ଚାରିଟାରୁ କରନ୍ତି ପାଟି,

ପାଣି ଆସିଲାଣି ଯାଅ ଝପଟି,

ସାରିଦିଅ ଆଗ ସବୁ ପାଇଟି,

ବାସନ ମାଜିବା କର କାମଟି,

ଶୋଇ ପଡ଼ନ୍ତି ସେ କଡ଼ ଲେଉଟି 


ସବୁ କାମ ସାରି ଚାହା ବନାଏ,

କପେ ଚା' ଧରି ଖଟକୁ ଧାଏଁ,

ଆଠ ବାଜିଲାଣି ଉଠ ମୋ ପ୍ରିୟେ,

କହି କହି ଗୋଡ଼ ମୁଁ ମୋଡ଼ି ଦିଏ,

ଓଠ ଚିପା ହସ ଘରଣୀ ମୁହେଁ ।


ସ୍ନାନ ସାରି କରେ ପରିବା କଟା,

ପରବର୍ତ୍ତୀ କାମ ବେସର ବଟା

ନ ହେଲେ କରିବେ ସେ ହଟହଟା,

କଥା ଗୁଡ଼ା ତାଙ୍କ ତେନ୍ତୁଳି ଖଟା,

ଟିଣ କରିଥାନ୍ତି ତାଙ୍କ ମୁଣ୍ଡଟା ।


ହେଲେ ପଛେ ମୁହିଁ ତାଙ୍କ ଚାକର,

ମାଳିକାଣୀ ସିଏ ଆମ ଘରର,

ସୁଖେ ଦୁଃଖେ ଚାଲେ ମୋ ପରିବାର,

ବିଜି ଡେଜି ଦୁଇ ଝିଅ ଆମର,

ସାହା ହୋଇଥିବ ହେ ମହେଶ୍ବର ।


     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy