STORYMIRROR

Anupama Sahu

Comedy

3  

Anupama Sahu

Comedy

ଘରର ଘରଣୀ ମୋ ମାଲିକାଣୀ

ଘରର ଘରଣୀ ମୋ ମାଲିକାଣୀ

1 min
208


ଘରଣୀ ରାଣୀ ମୋ

ଘର ମାଲିକାଣୀ 

ହୁକୁମ ହାକିମ ମୋର 

ସକାଳ ଠୁଁ ରାତି

ନିଦ ହେବା ଯାଏ 

କରେ ଅର୍ଡର ହଜାର। ୧।


ଟିକିଏ ଭଙ୍ଗୁର 

ହେଲେ ତା ଅର୍ଡର 

ରଚେ କଳିଙ୍ଗ ସମର 

ଚକାଡୋଳା ଆଖି 

ବେଙ୍ଗ ଫୁଲା ଗାଲେ 

ଉଠା ପକା କରେ ଘର। ୨।


ବେଡ୍ ଟି ଦେବାକୁ 

ଲେଟ୍ କଲେ ମୁହିଁ 

ଦାନ୍ତ କରେ କଡମଡ 

ଦେଖି ତାର ରୂପ 

ଭାବେ ମୁଁ ହୁଏତ 

ଆସେ ଫାଇଲିନ୍ ଝଡ।୩।


ବାସନ ମାଜିବା 

ଘର ଝାଡୁ ଦେବା 

ହୋଇଗଲେ ମୋର ଲେଟ୍ 

ଫୁଲ୍ ପରମିଟ୍ 

ଏକ୍ସପ୍ରେସ ପରି 

ଚଢି ବ୍ରେକ୍ କରେ ହାର୍ଟ୍ ୪।


ଗେହ୍ଲେଇ ଶାଳୀଟା 

ଫୁଲେଇ ଠାଣିରେ 

କଥା ଯେବେ ମୋତେ ହୁଏ 

ଝାଳ ବହୁ ଥାଏ 

ହୋସ୍ ଉଡିଯାଏ 

ମୁକ୍ତମୂର୍ତ୍ତି ଦେଖି ଦିଏ ।୫।


                 

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy