STORYMIRROR

Sukanti Hotta

Inspirational

3  

Sukanti Hotta

Inspirational

ଘରଣୀ ମୋର ହୃଦୟ ମଣି

ଘରଣୀ ମୋର ହୃଦୟ ମଣି

1 min
130

ହୁକୁମ ଚଳାଇ ଗରଗର ନିତି

ଘରଣୀ ଉପରେ ହେଉଥିଲି

ଗୃହିଣୀ ଜୀବନ ଅଧିକ ଆରାମ

ଭୋଗରେ ରହୁଛି କହୁଥିଲି

ଅଫିସରୁ ଆସି ଡ୍ରେସ ଫୋପାଡ଼ି

ଓଡ଼ର ଖାଲି ଦେଉଥିଲି

କି କାମ କରୁଛୁ ଘରେ ରହିକରି

ନିତି ଚିଡଚିଡ଼ି ହେଉଥିଲି

ରବିବାର ଛୁଟି ମିଳିଗଲେ ମୋତେ

ଆରାମରେ ମୁଁ ଶୋଉଥିଲି

ପିଲାଙ୍କ କଳିଝଗଡା ଶୁଣି

ଘରଣୀ ଉପରେ ରାଗୁଥିଲି

କରୋନା ଯୋଗୁଁ ଛୁଟି ହେବାରୁ

ଘରକଣ ମୁଁ ବୁଝିଗଲି

ସକାଳରୁ ରାତି କାମ ହିଁ କାମ

ଗୃହିଣୀ କଣ ବୁଝିଗଲି

ଗୃହିଣୀ ଜୀବନେ ଜମା ଛୁଟିନାହିଁ

ଘରକାମ କଷ୍ଟ ଜାଣିଦେଲି

ଘର ପରିବାର ତା ପାଇଁ ସ୍ୱର୍ଗ

ମୁଣ୍ଡକୁ ମୋର ନଇଁଦେଲି

ଅଳପ ଦିନରେ ମଥା ଘୁରିଗଲା

ଗୃହିଣୀ ମହାନ କହିଦେଲି

ରାଗିବିନି କେବେ ଶପଥ ନେଇ 

ହୃଦୟ ମଣି ନାମଦେଲି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational