STORYMIRROR

Kabiratna Nutan Kumar Behera

Abstract Inspirational Children

4  

Kabiratna Nutan Kumar Behera

Abstract Inspirational Children

ଘରେ ଘରେ ଉଡ଼େ ପତାକା

ଘରେ ଘରେ ଉଡ଼େ ପତାକା

1 min
301


ଆସିଛି ଆଜି ଆମ ପାଇଁ ଶୁଭଦିନ, 

         ଆନନ୍ଦ ଉଲ୍ଲାସରେ ନାତିଉଠେ ମନ।

ଘରେ ଘରେ ଉଡ଼େ ଏ ଜାତୀୟ ପତାକା,

       ଖୁସିର ଲହରୀ ଖେଳେ ସାରା ଇଲାକା।

ତ୍ରିରଙ୍ଗା ପତାକାଟି କହେ କାନେ କାନେ,

       ଉଠରେ ଉଠ 'ମାଆ'ର ସନ୍ତାନମାନେ।

ସ୍ମରଣ କର ପୂର୍ବର ସେ ଇତିହାସ,

       କି ଦୟନୀୟ ଅବସ୍ଥାରେ ଥିଲା ଦେଶ ?

ବ୍ରିଟିଶ୍ ର ସେ ସ୍ଵେଚ୍ଛାଚାରୀ କୁ-ଶାସନ,

        ଆମକୁ କରିଥିଲା କେତେ ହୀନିମାନ।

ବାପୁଙ୍କ ନେତୃତ୍ବରେ ଲଢ଼ି ଦେଶବାସୀ,

       ସ୍ଵରାଜ୍ୟେ ଆଣିଲେ ସ୍ବାଧୀନତାର ଖୁସି।

ବିଗତ ହେଲାଣି ତ ପଞ୍ଚସ୍ତରୀ ବର୍ଷ,

         ହୀରକ ଜୟନ୍ତୀରେ ମନ କରୁ ହର୍ଷ।

ପାଳୁ ସଭିଏଁ ଆଜାଦୀର ମହୋତ୍ସବ,

          ଏ ଆମର ଐତିହ୍ୟ ଗର୍ବ ଗଉରବ।

ଉଡ଼ି ଉଡ଼ି ତ୍ରିରଙ୍ଗା ଆମକୁ ଯେ କହେ,

         "ଜନଗଣ ମନ ଅଧିନାୟକ ହେ"...।

ତ୍ରିରଙ୍ଗାର ତିନି ରଙ୍ଗ ଦିଏ ସୂଚାଇ, 

       ଜୟଗୀତି ଗାଇ ଯିବା ଆମେ ଆଗେଇ।

ସାମ୍ୟ ଶାନ୍ତି ପ୍ରଗତି ଯେ ଆମର ଲକ୍ଷ୍ୟ

        ବଜାଇ ରଖିବା ଏ ମହତ ଉଦ୍ଦେଶ୍ୟ। 

ଦେଶର ମାନ ବଢ଼ାଇ ଆମେ ସଗର୍ବେ,

         ଭାତୃଭାବର ଏକତା ରଖିବା ସର୍ବେ।

ଜାତୀୟତା ମନୋଭାବରେ ହେବା ଏକ

       ସ୍ବାଭିମାନରେ ରଖିବା ଦେଶର ଟେକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract