STORYMIRROR

Debabrata Jena

Tragedy

3  

Debabrata Jena

Tragedy

ଘର

ଘର

1 min
535


ସ୍ନେହ ସଦିଚ୍ଛାର କୁଟା ଖିଅ ଦେଇ ତୋଳିଥିଲୁ ଯେଉଁ ଘର

ଦ୍ଵନ୍ଦ କଳହର ବିବାଦ ଘେରରେ ତାହା ଆଜି ସାତପର ।।


କୃତ୍ରିମତାର ରଙ୍ଗ ଲେପି ଲେପି ବଞ୍ଚୁଛି ମରୁଛି ନିତି

ବେଇକୁଣ୍ଠ ସମାନ ଘର ଆଜି ଏବେ ଖୋଜୁଛି ନିଜର ସ୍ଥିତି ।।


ପ୍ରତି ହୃଦୟରେ କରିଥିଲୁ ଘର ଅନାବିଳ ପ୍ରେମ ଡୋରେ

ଅର୍ଥ ଅହମିକା ସାଉଁଟି ନିତି ମୁଁ ଦହନେ ଯେ ଅନଳରେ ।।


ହଜେଇ ଦେଇଛି ସବୁ ସଂପର୍କର ଉଜୁଡିଛି ସେହି ଘର

ଯେଉଁ ଘର ଦିନେ ଗଢିଥିଲୁ ଦେଇ ସ୍ନେହ ବିଶ୍ୱାସ ଅପାର ।।


ଦେବବ୍ରତ ଜେନା

ଭୋଗରାଇ, ବାଲେଶ୍ଵର

9583138533


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Tragedy