Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract Tragedy

3  

Ajit Kumar Raut

Abstract Tragedy

ଗଢ଼ିବା ସମୃଦ୍ଧ ଭାରତ

ଗଢ଼ିବା ସମୃଦ୍ଧ ଭାରତ

1 min
147



ତ୍ୟାଗକର ନିଶାଦ୍ରବ୍ୟ    ହୁଅ ତୁରେ ଶକ୍ତିଶାଳୀ 


      ଶକ୍ତି ଥିଲେ ପରା ତୁ ଗୌରବ ଆଣିବୁ


ହୋଇବୁ ଆତ୍ମନିର୍ଭର     ଥିଲେ ଶକ୍ତି ଶରୀରର


      ଅସମ୍ଭବକୁ ପରା ସମ୍ଭବ କରିବୁ।


         ସମୃଦ୍ଧ ଭାରତ ଗଢ଼ିବୁ 


    ତୁହି ମଦ ମାଂସ ପଛେ କିମ୍ପା ଧାଇଁବୁ ?


ଧୂମପାନ ତ୍ୟାଗ କର       ବ୍ରହ୍ମଚର୍ଯ୍ୟ ଧର୍ମ ଧର


     ବୟସ ତୋ ହୋଇଛି ପନ୍ଦର କୋଡ଼ିଏ 


କର ବ୍ୟକ୍ତିତ୍ଵ ନିର୍ମାଣ      ଯୁବା ଓ ଯୁବତୀ ଗଣ 


     ହୃଦରେ ଗୁଞ୍ଜୁ ରାଷ୍ଟ୍ରପ୍ରତିଭକ୍ତି ଟିଏ।


        ଶିକ୍ଷା ପ୍ରାପ୍ତିର ଦିନ ତୋର

 

     ପାଳନ ଅମୂଲ୍ୟ ଶିକ୍ଷା ଗୁରୁଙ୍କ  କର !!


ଅମୃତ କାଳ ଆସିଛି ‌      ରାଷ୍ଟ୍ରର କୀର୍ତ୍ତି ବଢ଼ୁଛି


     ମଦ ଧୂମପାନେ କିମ୍ପା ହୋଇଲୁ ଗ୍ରସ୍ତ ?


କରୁଛୁ ଗୃହ ଅନ୍ଧାର      ଜୀବନ କରୁ ବେକାର


    କିମ୍ପା ବ୍ରହ୍ମଚର୍ଯ୍ୟେ ନାହିଁ ତୋର ଆୟତ୍ତ?


       ଦେଶର ଯୁବା ଓ ଯୁବତୀ


    କରେ ଟି ନିଶାଦ୍ରବ୍ୟରେ ବିନାଶ ଜ୍ୟୋତି !! 


ସମୃଦ୍ଧ କରିବା ଦେଶ    ହୋଇବା ଆତ୍ମନିର୍ଭର 


   ତ୍ୟାଗ କରିବା ନିହାତି ନିଶାର ଦ୍ରବ୍ୟ


ଭକ୍ତି ପ୍ରୀତି ଶ୍ରଦ୍ଧା ପ୍ରେମ   ଅମୃତ କାଳର ଶୁଣ

    

    ଦେବା ଜାଳି ଜ୍ୟୋତି ଜୀବନେ ଦିବ୍ୟ


        କୃଷ୍ଣ ରାମ ଜଗା ସ୍ମରଣ


    ହୋଇଣ କର୍ମଯୋଗୀ ମନୁଷ୍ୟ କର୍ମଣ !!

         



Rate this content
Log in

Similar oriya poem from Abstract