Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଗଛ ଓ ମଣିଷ

ଗଛ ଓ ମଣିଷ

1 min
264



 ମା ମାଉସୀ ଏ ଶୁଣ ହୋ 

 ଭାଇ ଭଉଣୀଏ ଶୁଣ

 ଗଛ ଭରିଦେବା ପଡିଆ ଭୂଇଁରେ 

 ସରଜିବା ନୂଆ ବଣ ହୋ

 ଭାଇ ଭଉଣୀଏ ଶୁଣ ।


  ଗଛ ଯୋଗୁଁ ବହେ ସୁଲୁସୁଲୁ ବାଆ

    ମନ ନିଏ ଆମ ମୋହି

  ଗଛ ଯୋଗୁଁ ହୁଏ ନିୟମିତ ବର୍ଷା

     ମାଟି ଯାଏ ନାହିଁ ଧୋଇ

  ଗଛ ଯୋଗୁଁ ହସେ ବଣ ପରବତ

     ଖରା ହୁଏ ନାହିଁ ଟାଣ ହୋ

     ଭାଇ ଭଉଣୀଏ ଶୁଣ ।


 ଗାଁ ହେଉ ଅବା ହେଉରେ ସହର

    ଗାଡି ମଟରର ଧୂଆଁ

 ପାଣି ପବନରେ ଜହର ଭରଇ

   ଶୁଣିଲେ ଲାଗେ ଛାନିଆ

 ଗଛ ଶୋଷିନିଏ ବିଷ ପବନକୁ

    ଭରିଦିଏ ଅମ୍ଳଜାନ

   ଭାଇ ଭଉଣୀଏ ଶୁଣ ।


  ଗଛ ଲତା ଆମ ସୁଖ ଦୁଃଖ ସାଥି

    ଗୁଣ ତାଙ୍କ ଅପ୍ରମିତ

 ଜୀବନ ପାଇଁକି ଲୋଡା ହୁଏ ଯାହା

   ଗଛ ଯୋଗୁ ମିଳେ ସେତ

 ଏନ୍ତୁଡିଶାଳରୁ ଜୁଇ ଯାଏ ଆମ

  ଗଛ ତ ଭରଷା ଜାଣ ହୋ

  ଭାଇ ଭଉଣୀଏ ଶୁଣ ।

   





Rate this content
Log in

Similar oriya poem from Inspirational