STORYMIRROR

Sushantkumar Pradhan

Inspirational

2  

Sushantkumar Pradhan

Inspirational

ଗାଁଆ ଟାଉଟର

ଗାଁଆ ଟାଉଟର

1 min
14.1K


କରିନୁ ଚାକିରୀ ରହିଛୁ ବେକାରୀ 

କରୁ ଟାଉଟର ଗିରି 

ନିତି ଧାଉଁଥାଉ ଅଫିସର ପରି 

ବ୍ଲକ ଆଉ କଚେରୀ ।।

ଯାହା ପାଖେ ଯେତେ ଧନ ଥାଉ ପଛେ 

କେହି ନୁହେଁ ଆମ ସରି 

ମିଶାଣ ଫେଡାଣ ଗୁଣନ ହରଣ 

ବରାବର ଥାଉ କରି ।।

ଆଗରୁ ଖଣ୍ଡିଏ ଭଂଗା ସାଇକେଲ 

ବୁଲୁଥିଲୁ ସିନା ଧରି

 ନେତାଙ୍କର କୁତା ଆମେ କୁଜିନେତା 

ଏବେ ଦି'ଚକିଆ ଗାଡି ।।

ଗାଁଆକୁ ଯେତେକ ଯୋଜନା ଆସିବ 

ଭାଗବଣ୍ଟା କରି ନେଉ 

କିଛି ନ ପାଇଲେ କରି ଗଣ୍ଡଗୋଳ 

ବାହାଦୁରୀ ରଖିଥାଉ ।।

ଝଗଡା ଲଗାଇ ଭାଇ ଭାଇ ମଧ୍ୟେ 

ଫାଇଦା ଉଠାଉ ଆମେ 

ଲଗାଇଣ ଗୋଳ କରୁ ଗୋଳମାଳ 

ଯିଏଯାହା ଭାବୁ ମନେ ।।

ଦେଇ ପାନ ବିଡି ରଖିଥାଉ ଭିଡି 

ଗାଁଆ ମୁରୁଖ ଲୋକଙ୍କୁ 

କଥାରେ କଥାରେ ହାଲ୍ଲା ଜୁଲ୍ଲା କରି 

ଟେକି ରଖନ୍ତି ଆମକୁ ।।

ପଲ୍ଲୀ ସଭାକୁ ବି ଭଣ୍ଡୁର କରୁଛୁ 

ଆମକୁ ଯଦି ନ ମିଳେ 

ମିଳି ଗଲା ଯଦି ମହା ଆନନ୍ଦରେ 

ହାତ ଟେକୁ ପଛ ପାଖେ ।।

ବିକାଶର ନାମ ଦେଉ ସର୍ବନାଶ 

ଆମ ପାଖେ କିଛି ନାହିଁ 

ରାଜନୀତି କରି ପେଟ ପୋଷୁ ଆମେ 

ବାହାପିଆ କଥା କହି ।।

ଯିଏ ଯାହା କୁହେ ଯାଆ ଆସେ ନାହିଁ 

ଖଳ ବୁଦ୍ଧି ଆଗ ଧରୁ 

ପର ଉପକାର ଜାତକରେ ନାହିଁ 

ନିଜ ସ୍ୱାର୍ଥ ଖାଲି ବୁଝୁ ।।

ଲୋକଙ୍କର ଧନ ଟାଉଟର ମନ 

ପାଖେ ପଡିଯାଏ ବଂଧା 

କୋଠାବାଡି କରି ଖୁସିରେ ରହିଛୁ 

ନ କରିଣ କାମ ଧନ୍ଦା ।।

ଆମ ନେତା ମନ୍ତ୍ରୀ କଥା କହି ଆମେ 

ଡରାଉ ଥାଉ ସଭିଙ୍କୁ 

ଚାକିରୀ କରୁ କି ବିଜିନେସ କରୁ 

ମାନିଥାଏ ସିଏ ଆମକୁ ।। 

 ସୁଶାନ୍ତ ପ୍ରଧାନ 

   ବଂଧହୁଡା 

 ନରସିଂହପୁର କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational