ଗାଁ ରେ ଶୀତଦିନ
ଗାଁ ରେ ଶୀତଦିନ


ଶୀତ ଆସିଛି
ଧରିତ୍ରୀ ବକ୍ଷେ
ଋତୁ ଚକ୍ର ଗାଡି ଚଢ଼ି ,
ଘୁରି ବୁଲୁଛି
ଚତୁର୍ଦ୍ଦିଗ ରେ
ଭୀଷଣ ଲହରୀ ଛାଡି।
ଶୀତଦିନ ରେ
ସବୁ ସ୍ଥାନ ରେ
କୁହୁଡି ଯାଏ ମାଡି,
ପଶ୍ଚିମା ବାୟୁ
ବହିଲେ ଦେହ
ଥଣ୍ଡା ରେ ଯାଏ ଜଡ଼ି ।
ତନୁ ଥରଇ
ମନ ଭରଇ
ପ୍ରକୃତି ଶୋଭା କୁ ଦେଖି,
ଶୀତଦିନ ରେ
ଦେବା ଦେବୀ ର
ପୂଜନ୍ତି ଶୋଭାନ୍ତି ରଖି।
ମାର୍ଗଶୀର ରେ
ପ୍ରତି ଘର ରେ
ଘର ଅଗଣା କୁ ଦେଖ,
ଝଲସି ଉଠେ
ଘର ଦୁଆର
ଦିଶଇ କି ସତେ ମୁଖ।
ପଉଷ ମାସେ
ଅତି ଶୀତ ସେ
ଦିନ ଟା ବହୁତ ଛୋଟ,
ଅତି ହରଷେ
ଚାଷୀ ତ ଭାସେ
ଚାଷ ଏ ସମୟେ ଶ୍ରେଷ୍ଠ।
ମାଘ ମାସ ର
ଜାଡ଼ ଶୀତ ତ
ବାଘ ଭଳି ପରିଦୃଷ୍ଟ,
ମକର ଠାରୁ
ଚକର ବଢେ
ଶୀତ କ୍ରମେ ହୁଏ ନଷ୍ଟ।
ଶୀତ ର ପରେ
ବସନ୍ତ ଆସେ
କୋଇଲି ର ଖୋଲେ ତୁଣ୍ଡ,
ଦଶ ମାସ ଧରି
ବୃକ୍ଷ ର ଉହାଡ଼େ
ଘୁରାଉ ଥିଲା ତା ମୁଣ୍ଡ।
ଶୀତ ସଞ୍ଜ ରେ
ଭଜ ଶଙ୍କର
ଦେଖ ଲାଗିବ ଶାନ୍ତି,
ସଞ୍ଜ କୁଟୀରେ
ହରି ଭଜ ରେ
ସୁଖ ଭୋଗିବ ନିତି।