STORYMIRROR

Arjun Das

Comedy

3  

Arjun Das

Comedy

ଗାଁ ରାଜନୀତି

ଗାଁ ରାଜନୀତି

1 min
218

ଆସିଲା ଭାଇ ଭୋଟ ବେଳ

ଗାଁ ରେ ଚାଲେ ନେତା ଙ୍କ ମେଳ ।


ଦିନେ ନମିଳଇ ଦେଖା ତାଙ୍କର 

ଭୋଟ ବେଳେ ଚାଲେ ଆସର  ।

ଏ ଘର ସେ ଘର ହୋଇ ବୁଲନ୍ତି

ଭାଇ ଭାଇ ବୋଲି ଡାକି ବୁଲନ୍ତି  ।


ଦୁଃଖ ରେ ସୁଖରେ ସାହା ହୁଅନ୍ତି

ଭୋଟ ବେଳ ଯେବେ ଦେଖନ୍ତି   ।

ଭୋଟ ସରିଲେ ନମିଳଇ ଦେଖା 

ବଦଳି ଯାଏ ଟି ତାଙ୍କ ଭାଗ୍ୟ ରେଖା ।


ଜନତାର ଦୁଃଖ ଦେଖା ନଯାଏ

ନିଜ ସୁଖ ପାଇଁ ଚିନ୍ତିତ ଥାଏ  ।

ଦିନ ଆଉ ରାତି ଏକ କରଇ

ଧନ ସଞ୍ଚୟ ରେ ଯେ ମଜିଥାଇ ।


ପୁଣି ଯେବେ ପାଞ୍ଚ ବରଷ ହୁଅଇ

ମନେ ପଡିଯାଉ ଆମେ

ସବୁ ଭୁଲି ପୁଣି ଆମରି ପାଖକୁ

ବୁଲି ଆସ ପରା ତମେ ।


ବାପ ଧନ କହି ଗେହ୍ଲେଇ ତେଲେଇ

ଭୋଟ ଟା ନିଅ ଧରି

ଆମ ବୁଲି ଥାଉ ତୁମରି ପଛରେ

ତୁମେ ବୁଲ ଘିରି ଘିରି    ।



Rate this content
Log in

Similar oriya poem from Comedy