STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ଗାଁ ଖୋଯିବାକୁ ଆସ

ଗାଁ ଖୋଯିବାକୁ ଆସ

1 min
13.7K


ଅଭୟ ନାୟକ


ହୁଏତ ଆରଥରକୁ

ଆମକୁ ସଅଳ ବାହାରିବାକୁ ହେବ

ଯିବାକୁ ହେବ କାହିଁ କେତେ ଦୂର

ଦାରୁ ଖୋଜିବା ପରି ପାଇବାକୁ

ଏକ ପୂର୍ଣ୍ଣାଙ୍ଗ ଗାଁର ଠିକଣା

ଦୃଶ୍ୟ ଅଦୃଶ୍ୟ ଅନେକ ସମ୍ଭାବନା ଭିତରୁ

ଗୋଟି ଗୋଟି ମୌଳିକ ଉପାଦାନକୁ

ମେଳକ କରି ତୋଳିବାକୁ ହେବ

ଏକ ମୌଳିକ ଗାଁର ବର୍ଣ୍ଣନା l

ଏବେ ତ ଗାଁ କହିଲେ

ବୁଝି ପାରନ୍ତିନି ବହୁଲୋକ !

ଗାଁ କ’ଣ ଏକ ବସ୍ତି;

ପାଣି କାଦୁଅ ଚବର ଚବର

ମାଟି କାନ୍ଥ ଛପର ଘର !

ଧୋତି ପିନ୍ଧା ମଳିମୁଣ୍ଡିଆ ଲୋଙ୍କଙ୍କର,

ଲଣ୍ଠନ ଆଲୁଅରେ ଜଳୁଥିବା

ଅଧା ଛାଇ ଅଧିକ ଅନ୍ଧାର !

ନା’, ଗାଁ ଏକ ଘନଘୋର କାଳ

କସ୍ତା ଶାଢୀ, ମୁଠି ଶାଗ

ଭୋକ ଆଉ ଅଭାବବୋଧର l

ନା’ ଗାଁ ଏକ କଇଁଫୁଲ, ପୁଚିଖେଳ,ରଜଦୋଳି

ଅସୁମାରି ଶ୍ରଦ୍ଧାର ଫସଲ

ନା ଗାଁ ଏକ ମଳି ସଞ୍ଜ

ଗାଈ ଗୋଠ, ହୁଳହୁଳି, ଖୋଲାଛାତ କୋଳାହଳ

ଇଜିମା ଲି ଜମିର ଜଞ୍ଜାଳ l


ବୁଝିଲ ବିଦ୍ୟାଧର;

ଗାଁ କହିଲେ ପିଲାଏ ବୁଝନ୍ତି ଯାହା ନୁହେଁ ସହର

ବୀନା ବିଜୁଳି, ବୀନା ସୁବିଧାରେ

ପଝାଏ ଦେଶୀ ଘର l


ଏବେ ଗାଁ କା ହିଁ ?

ହେଇ, ଦିଶୁଛି ଯେଉଁ କେତେଖଣ୍ଡି ବିଲ

ବଗଧାଡି ପରି ଘର, କାଶତଣ୍ଡି ଫୁଲ

‘ଲ୍ୟାଣ୍ଡ ବ୍ଯାଙ୍କ’ ରେ ଚିହ୍ନଟ ସରିଛି

କାରଖାନା କି ସ୍ମାର୍ଟ ସିଟି ପାଇଁ

ଏକ ଜିଅନ୍ତା ଜିଅଳ l


ଭାରି ସଅଳ ବାହାରିବାକୁ ହେବ ଆରଥର,

‘ଗୁଗଲ୍’ ମ୍ୟାପରେ ଠାବ କରିବାକୁ ହେବ

ଗାଁ ପରି ଦିଶୁଥିବା ଖଣ୍ଡେ ଭୂଗୋଳ

ପିଲାଙ୍କ ଡ୍ରଇଂଙ୍ଗ ଖାତାରେ ଅଙ୍କା ଯାଇଥିବା ଗାଁର ଚିତ୍ର

ଏବେଠୁ ସାଇତିଥିବ ,ବିଦ୍ୟାଧର

ଦରକାର ପଡିପାରେ କରିବା ପାଇଁ

ଏକ ପୂର୍ଣ୍ଣାଙ୍ଗ ଗାଁର ଉପାଦାନ ମେଳ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational