STORYMIRROR

Pratibha Priyadarshini

Inspirational

5.0  

Pratibha Priyadarshini

Inspirational

ଗାଲିଚା

ଗାଲିଚା

1 min
13.3K



ବାରଣ୍ଡାର ସେ ରଙ୍ଗୀନ

କାଶ୍ମୀରୀ ଗାଲିଚା,

ଦିନୁଦିନ ରଙ୍ଗଛଡ଼ା ଦିଶୁଥିଲା।

ଚାରି ପ୍ରହର

ଚଳ ଚଞ୍ଚଳ ହେଉଥିବା

ପାଦ ଗୁଡାକ ଭିତରୁ

କିଛି ହୋଇଗଲେ ପରଦେଶୀ,

ଆଉ କେଇଟା ପାଦ

ଶେଯରୁ କାନ୍ଥ ଆଲମାରି ଯାଏ

ଚଳ ପ୍ରଚଳ ହୁଅନ୍ତି,

ଔଷଧ, ପାଣି ଅବା

ଖବରକାଗଜ ରଖିବା/ନେବାକୁ...

ଏପଟେ ବାରଣ୍ଡାରେ

ସେ ରଙ୍ଗଛଡ଼ା ଗାଲିଚାଟା

ଦିନୁଦିନ ଆହୁରି

ବଦରଙ୍ଗ ହେଉଥାଏ.....।


ପ୍ରତିଭା_


Rate this content
Log in

Similar oriya poem from Inspirational