STORYMIRROR

KAUSHIK KUMAR HOTA

Thriller

3  

KAUSHIK KUMAR HOTA

Thriller

"ଏତିକି ପାରୁନି ବୁଝି "

"ଏତିକି ପାରୁନି ବୁଝି "

1 min
220

ସାଇକେଲଟିଏ ଚଢ଼ିବାକୁ ଗଲେ 

          ସଭିଏଁ କରନ୍ତି ମନା, 

ବଡହେଲେ ତୁହି ଚଢିବା ଶିଖିବୁ 

          ଏବେରୁ ଜମା ଛୁଅଁନା ll

ଜେଜେବାପା ପାଖେ ଚାହା ପିଇଗଲେ 

          କହନ୍ତି ତୁ ଛୋଟ ପିଲା, 

ଚାହା ପିଇବାଟା ବଡ଼ଙ୍କ ଅଭ୍ୟାସ 

          ଏବେରୁ ଛୁଅଁନା ଭଲା ll

ଖେଳିବାକୁ ଗଲେ ସାଙ୍ଗ ସାଥି ମେଳେ 

          ବୋଉ ଡାକେ ବାରମ୍ବାର, 

ଏଡ଼େ ବଡ଼ ପିଲା ପାଠେ କରୁ ହେଳା 

          କାହାକୁ ନାହିଁ ତୋ ଡର?

ସାନ ଭାଇ ହାତୁ ଖେଳନାଟି ନେଲେ 

          କାନ୍ଦେ ସିଏ କଇଁ କଇଁ, 

ଏଡୁଟେ ହେଲୁଣି କହେ ଜେଜେମାଆ 

          ତା' ସାଥେ ଲାଗୁ କିମ୍ପାଇଁ? 

ମେଳା ମଉଚ୍ଛବ ଯାନି ଯାତରାକୁ 

           ଆକଟ କରନ୍ତି ବାପା, 

ବଡ଼ପିଲା ହେଲେ ଏସବୁ ଦେଖିବୁ 

           ବୁଝାଇ କହନ୍ତି ଅପା ll

ମାଆଙ୍କ ଆକଟ ବାପା ନାଲିଆଖି 

           ଜେଜେଙ୍କ ବଙ୍କୁଲି ବାଡ଼ି, 

କେଉଁ କାମେ ମୋର ନାହିଁ ସ୍ୱାଧୀନତା 

            ଦୁଃଖେ ମୁଁ ଯାଉଛି ବୁଡି ll

କେବେ ହୁଏ ବଡ଼ କେବେ ପୁଣି ଛୋଟ 

            ବୁଦ୍ଧି ମୋ ଯାଉଛି ହଜି, 

ଛୋଟ ପିଲା ମୁହିଁ ଛୋଟ ମୁଣ୍ଡ ମୋର 

            ଏତିକି ପାରୁନି ବୁଝି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller