STORYMIRROR

KAUSHIK KUMAR HOTA

Others

3  

KAUSHIK KUMAR HOTA

Others

ସଂସାରେ ହେବା ମହାନ

ସଂସାରେ ହେବା ମହାନ

1 min
552



ଧନ ବଡ ନୁହେଁ ମନ ବଡ଼ ନୁହେଁ

ମହତ କରମ ଜାଣ,

ମହତ କରମ ସାଧି ଆନ ହିତେ

ସଂସାରେ ହେବା ମହାନll

ଆଜି ଯିଏ ନିଜ କାଲି ସିଏ ପର

ଏଇତ ସଂସାର ରୀତି,

ପରକୁ ଆପଣା କରିଯେ ପାରିଲେ

ଜଗତେ ପାରିବା ଜିତିll

ମଧୁର ବିନୟ ବଚନେ ତୋଷିବା

ଲଘୁଜନ, ଗୁରୁଜନେ,

ପାଇବା ପ୍ରଶଂସା ସାହି ପଡିଶାରେ

ଝୁରିବେ ଆମକୁ ଦିନେll

ଅଳପରେ ସଦା ଲଭିବା ସନ୍ତୋଷ

ଲୋଭ ତେଜୁଥିବା ମନୁ,

ନିରଳସ ଦିନ କାଟୁଥିବା ଆମେ

କରମେ ଆଳସ୍ୟ ବିନୁll

କୌଶିକ କୁମାର ହୋତା, ନବମ ଶ୍ରେଣୀ,

କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର,

ମୟୁରଭଞ୍ଜ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍