STORYMIRROR

KAUSHIK KUMAR HOTA

Children

3  

KAUSHIK KUMAR HOTA

Children

କଥାଠାରୁ କାମ ବଡ଼

କଥାଠାରୁ କାମ ବଡ଼

1 min
373



କଥାଠାରୁ କାମ ବଡ଼

ଜାଣିଥାଅ ଜଗତେ,

ନଭୁଲିବ ମନୁ ପିଲେ

ଥିବାଯାଏ ମରତେ ll

ଗାନ୍ଧୀ, ଜବାହର ନିଜ

କାମ ପାଇଁ ଅମର,

ଦେଶ ନୁହେଁ ବିଶ୍ୱକୁ ବି

କରିଗଲେ ନିଜର ll

ଦେଖ ମଧୁ, ଗୋପବନ୍ଧୁ

ଦାନ ତାଙ୍କ ମହାନ,

ଏ ଓଡ଼ିଆ ଜାତି ପାଇଁ

ଦେଇଥିଲେ ଧିଆନ ll

ସେଵାମୟୀ, ସ୍ନେହମୟୀ

ଥିଲେ ମାଆ ଟେରେସା,

ବିଶ୍ୱଜୟୀ ସନ୍ଥ ଆଜି

ମନେ ରଖି ଭରସା ll

ତୁମପରି ଛୋଟ ପିଲା

ବାଜି ଆଉ ଧରମା,

ରଖିଗଲେ ନାମ ତାଙ୍କ

ହୋଇ ସଦକରମା ll

ସେଇ ମହା ପୁରୁଷଙ୍କ

ପଥ ଆମେ ବରିବା,

ଦେଶ ପାଇଁ, ଜାତି ପାଇଁ

କାମ ସଦା କରିବା ll

କଥା ନୁହେଁ କାମେ ଆମେ

ଆଗୁସାର ହେବାରେ,

ନିଜେ ହସି ଏ ଜଗତ

ହସାଇ ଯେ' ଦେବାରେ ll

ହରିଶ୍ଚନ୍ଦ୍ର ହୋତା,ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ,

ମୂଷାବଣି ସରକାରୀ ଉପ୍ରା. ବିଦ୍ୟାଳୟ, ଭାଲୁବସା,

ରାଇରଙ୍ଗପୁର, ମୟୁରଭଞ୍ଜ l

ଦୂରଭାଷ:-9438745662


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children