Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAUSHIK KUMAR HOTA

Children

4.0  

KAUSHIK KUMAR HOTA

Children

ମୋ ମାଟି ଚନ୍ଦନ ଭଳି

ମୋ ମାଟି ଚନ୍ଦନ ଭଳି

1 min
211


ସୈନିକଟିଏ ମୁହିଁ,

ଦେଶ ସୁରକ୍ଷା ପାଇଁ,

ସଦା ଜାଗ୍ରତ ହୋଇ,

ଶତ୍ରୁକୁ ଦେବି ହଟେଇ ।

ମୋ ଦେଶ ମୋ ମାଟି ମାଆ,

ତା' ଦୁଃଖରେ ହେବି ଠିଆ ।

ପଛଘୁଞ୍ଚା ଦେବି ନାହିଁ,

ଜୀବନ ଦେବାର ପାଇଁ ।

ଯା' ମାଟି ଚନ୍ଦନ ଭଳି,

ଦେହରେ ଦେବି ମୁଁ ବୋଳି ।

ଫଳାଇ ଦେବି ମୁଁ ସୁନା,

ସେ ମାଟିକୁ ଥରେ ଅନା ।


ସରଗଠାରୁ ସେ ବଡ଼,

ସହୁଛିରେ କେତେ ଝଡ଼ ।

ତା' ଦୁଃଖରେ ହେବି ଠିଆ,

ପତାଇ ଦେଇ ମୋ ହିଆ ।

ସେବାରେ ଦେଇ ମୁଁ ମନ,

ମଣିବିରେ ଭାଗ୍ୟବାନ ।

ମିଳିବ ସରଗ ସୁଖ,

ତା' ସେବା ହେଉ ମୋ ଲକ୍ଷ୍ୟ ।

ଜନନୀ ଜନମ ଭୂଇଁ,

ତା' ପରି ନାହିଁରେ କେହି ।

ଯା' ପାଣି, ପବନ, ମାଟି,

ଗଢିଛି ଜୀବନ ଗୋଟି l



Rate this content
Log in

Similar oriya poem from Children