STORYMIRROR

KAUSHIK KUMAR HOTA

Others

3  

KAUSHIK KUMAR HOTA

Others

କାମ କରିଯିବା ମନ ଲଗାଇ

କାମ କରିଯିବା ମନ ଲଗାଇ

1 min
676



କାମରେ ପାଏ ମୁଁ ପରମ ସୁଖ,

କେବେହେଲେ ମନେ ନଥାଏ ଦୁଃଖ ll

ଯେତବେଳେ ଯାହା ମିଳଇ ମୋତେ,

ସୁଖେ ଚଳିଯାଏଁ ହରଷ ଚିତ୍ତେ ll

କହିଥାଏ ସଦା ସତ୍ୟ ବଚନ,

ବିନଇ ଭାବରେ ତୋଷଇ ମନ ll

ଆଜି କାମ ଏବେ କରଇ ମୁହିଁ,

ଅଳସୁଆ କେବେ ହୁଅଇ ନାହିଁ ll

କାଲି ପାଇଁ ଆଜି କରେ ସଞ୍ଚୟ,

ବିପଦେ ଲାଗିବ ତାହା ନିଶ୍ଚୟ ll

ଶାନ୍ତି, ପ୍ରେମ, ସତ୍ୟ ପଥରେ ଭାଇ,

କାମ କରିଯିବା ମନ ଲଗାଇ ll

. ....... କୌଶିକ କୁମାର ହୋତା, ନବମ ଶ୍ରେଣୀ,

କେରଳ ପବ୍ଲିକ ସ୍କୁଲ, ରାଇରଙ୍ଗପୁର,

ମୟୁରଭଞ୍ଜ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍