STORYMIRROR

Dharitri Das

Tragedy

3  

Dharitri Das

Tragedy

ଏତିକି ଦୟା ତ କର କହ୍ନେଇ

ଏତିକି ଦୟା ତ କର କହ୍ନେଇ

1 min
235

ଯନ୍ତ୍ରଣାରେ ପୂର୍ଣ୍ଣ ଶରୀର ମୋର

କିପରି ଡାକିବି କଳା ଠାକୁର।

ଯନ୍ତ୍ରଣା ପାସରେ ମନ ମୋହର

ରୋଗ କଥା ଚିନ୍ତି ହୁଏ ଅଧିର।

କାହିଁ ପାଇଁ ତୁହି ଦୂରେଇ ଦେଉ

ମୋ ଉପରେ ଏତେ ନିର୍ଦ୍ଦୟ ହେଉ।

କହରେ କାଳିଆ ମୋତେ ବୁଝାଇ

କଲି କେଉଁ ଦୋଷ କଳା ଗୋସାଇଁ।

ଧରି ଅଛୁ ହସ୍ତେ ତୋର କୋଦଣ୍ଡ

କହ କାହିଁ ପାଇଁ ଦେଉଛୁ ଦଣ୍ଡ।

ମାଗୁ ନାହିଁ ଧନ ଅବା ସମ୍ପତ୍ତି

ଟଳି ଯାଉ ମୋର ସବୁ ବିପତ୍ତି।

ତୋର ନାମ ଜପ କରିବା ପାଇଁ

ଭାବୁଥାଏ ନିତି ଆତୁର ହୋଇ।

ଏତିକି ଦୟା ତ କର କହ୍ନେଇ

ତୋର ନାମ ତୁଣ୍ଡେ ଥାଇ ମରଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy