STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଏମିତି ଠାକୁର

ଏମିତି ଠାକୁର

1 min
246


 ଏମିତି ଠାକୁର କିଏସେ ହେବ

  ଭକତ ହାତରୁ ନଡ଼ିଆ ନେବ

 ଭକତ ପାଇଁକି ନନ୍ଦିଘୋଷ ତାର

  ଅଧବାଟେ ପରା ଅଟକି ଯିବ।


  ଅମାଲୁ ଏଣ୍ଡୁରି ଆରିସା କେଳି

  କଦମ୍ବ କାକରା କାନ୍ତି ଚକୁଳି

  ରସାବଳି ଲଡୁ ମୋହନ ଭୋଗ

  ପିଠା ପୁରି ଫେଣି ଖଜା ଡାଳିମ୍ବ

  ଛପନ ଭୋଗକୁ ଆଡ କରିଦେଇ

  ବାଈ ଖେଚୁଡିରେ ତୋଷ ସେ ହେବ।


   ଦେହସୁହା ତାର ଭକତ ଗାଳି

   ଭକତକୁ କରେ ଗଳାର ମାଳି

   ଭକତ ପାଇଁକି ଦେଉଳ ଛାଡି

   ବୁଲି ବାହାରେ ସେ ରଥରେ ଚଢି

   ଭକତର ଭୋକ ସମ୍ଭାଳି ନପାରି

   ନିଦରୁ ଉଠାଇ ଖୁଆଇ ଦେବ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics