STORYMIRROR

Dr Jharana Satapathy

Tragedy

3  

Dr Jharana Satapathy

Tragedy

ଏମାର ମଠ

ଏମାର ମଠ

1 min
389


ବଡ ଅଡୁଆ ହୋଇଛି ପୁରୀ ଏମାର ମଠର ସ୍ଥିତି

ସିଂହ ଦ୍ବାର ସମୁଖରେ ଥିଲା ଏହାର ଅବସ୍ଥିତି


ଧନୀ ମଠଟିଏ ଭାବେ ଏମାର ପାଇଥିଲା ଖ୍ୟାତି 

ମାଟିରେ ମିଶିଯାଇଛି ଆଜି ତାର ବହୁ କିର୍ତ୍ତୀ


ଶ୍ରୀମନ୍ଦିରକୁ ଯୋଗାଉଥିଲା ପନ୍ତି ଭୋଗ ନିତି

ପ୍ରାଚୀନ ଐତିହ୍ୟରେ ରହିଛି ତାର ଵହୁ କିର୍ତ୍ତୀ


ବଡସିଂହାର ବେଶ ପାଇଁ ମଠରୁ ଯାଉଥିଲା ମାଳ

ଠାକୁରଙ୍କ ଅବକାଶ ନିତି ପାଇଁ ଜାଳୁଥିଲା ମସାଲ


ଅତୀତରେ ସୁନା, ରୂପା ମାଣିକରେ ଥିଲା ଭରପୁର

ଅନବସରରେ ଚକଟା ଭୋଗ ଯାଉଥିଲା ତାର


ନଅଙ୍କ ଦୁର୍ଭିକ୍ଷ ସମୟରେ ଯାଇଥିଲା ଏଠୁ ଧାନ ଚାଉଳ

ସୁରକ୍ଷିତ ନିରାପଦ ଥିଲା ବିପର୍ଯ୍ୟୟ ପାଇଁ ଆଶ୍ରୟସ୍ଥଳ


ଦ୍ବାଦଶ ଶତାଦ୍ଦୀରେ ରାମାନୁଜ କରିଥିଲେ ନିର୍ମିତ

ବହୁକାର୍ଯ୍ୟକଳାପରେ ମଠ ହୋଇଥିଲା ଜଡିତ


ରଘୁନନ୍ଦନ ନାମରେ ତାର ଅଟେ ପାଠାଗାର

ଅସ୍ଥାୟୀ ଭାବେ ଏହା ହୋଇଛି ସ୍ଥାନାନ୍ତର


ଗ୍ରନ୍ଥ,ତାଳପୋଥି,ତାମ୍ରପଟା ଆଦି ଅନେକ ସନନ୍ଦ

ବିଭିନ୍ନ ଜ୍ଞାନ ଆହରଣରେ ଲୋକେ ପାଉଥିଲେ ଆନନ୍ଦ


ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ କରିଛି ନିୟମ

ବହୁ ସୁରକ୍ଷିତ ଭାବେ ହେବ ଏହାର ପୁନଃ ନିର୍ମାଣ


ବୁଦ୍ଧିଯିବି ମହଲରେ ହେଲାଣି ଆଲୋଡନ

ପୁଣି କିପରି ହୋଇବ ତାର ଥଇଥାନ 


ବଞ୍ଚି ରହିଵ କିପରି ମଠର ସେବା କାର୍ଯ୍ୟ ନିତି

ବଜାୟ ରଖିବ କିପରି ଏହା ଜଗନ୍ନାଥ ସଂସ୍କୃତି


ତାର ଅସ୍ତିତ୍ବକୁ ନେଇ ଆସିଛି ପରାଭବ

ପ୍ରଶାସନ ପୁଣି ତାର ଥଇଥାନ କରିଵ ।



Rate this content
Log in

Similar oriya poem from Tragedy