STORYMIRROR

Pramod Behera

Tragedy

3  

Pramod Behera

Tragedy

ଏମାନେ ବି ତ ମଣିଷ

ଏମାନେ ବି ତ ମଣିଷ

1 min
463

ଏମାନେ ବି ତ ମଣିଷ

କାଉଁରି କାଠିପରି ଗଣି ହୋଇଯାଏ

ହାଡ ଗୁଡ଼ିକ

ମେଞ୍ଚାମେଞ୍ଚା ସ୍ବପ୍ନ

ଆଉ ଅଶରନ୍ତି ଆଶାକୁ ନେଇ

ଗଢି ତୋଳନ୍ତି

ସ୍ୱପ୍ନର ତାଜମହଲ୍

କିନ୍ତୁ ...

ଭାଗ୍ୟର ବିଡ଼ମ୍ବନା

ବିଷାଦର ସପ୍ତରଂଗ ବୋଳିଦିଏ

ଆଉ ଟାଣି ନେଇଯାଏ

ଘୁର୍ଣିବଳୟର ଗଭୀରତମ

ଆହୁରି ଗଭୀରତମ ଆଡକୁ

ମୁଁ ଚାହିଁ ରହିଥିଲି ...

ମୂକ, ବଧିର ଆଉ ପାଷାଣଟିଏ ପରି ...

ମାଘର ହାଡଭଙ୍ଗା

ଶୀତ ସାଥେ ସଂଗ୍ରାମ କରି

ଶୋଇ ଯାଇଥିଲେ

ସେମାନେ ସଭିଏଁ

ଆଉ ଧ୍ରୁବ ତାରାଟି

ଧୀରେ ଧୀରେ ଲିଭି ଯାଉଥିଲା

କାଳର କରାଳ ସ୍ରୋତରେ ...

ନୂତନ ସକାଳର

ନୂତନ ସୁର ବିଷାଦର ରଂଗ

ବୋଳି ଦେଉଥିଲା

ଆଉ ଘୋଷାଡି ନେଇ ଯାଉଥିଲା

ସେହି ଦୀନ,ଅବହେଳିତ,ନିଷ୍ପେସିତ

ମଣିଷମାନଙ୍କୁ ସଂଘର୍ଷର

ଆଉ ଏକ ଚଳଚଂଚଳ

ପ୍ରଭାତ ଆଡକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy