କାଳର କରାଳ ସ୍ରୋତେ
କାଳର କରାଳ ସ୍ରୋତେ
1 min
134
ହଜି ଯାଇଛି ସେ ଅତୀତ
ଗୁମୁରି ଗୁମୁରି କାନ୍ଦୁଛି
ସେ ଧଉଳି ଆଉ ଦୟା
କେଉଁ ମହାପୁରୁଷ ?
କିଏ ସେ
ଲେଖି ଯାଇଛନ୍ତି
ସେ ସବୁ ଶିଳାଲିପି
ଏଠିତ ମେଦିନି କମ୍ପୁଛି
ଲୋମମୂଳ ଟାଙ୍କୁରି ଉଠୁଛି
ବୁକୁଫଟା ଚିତ୍କାରରେ
ଅୟୁତ ଅୟୁତ ନିରୀହ ଜୀବ
ଟଳି ପଡୁଛନ୍ତି
ନିମିଷକ ମଧ୍ୟରେ
ବିନା ଦୋଷରେ
ଆଉ ଚାହିଁ ରହିଛନ୍ତି
କ୍ଷୁଧା ମେଣ୍ଟାଇବା ପାଇଁ
ପଲପଲ ନର ରାକ୍ଷସ
କିଏ ଗରିଵ ଶୋଣିତରେ
ହୋଲି ଖେଳୁଛି ନକ୍ତନ୍ଦିବ
ଆଉ କିଏ ?
ହିଂସାତ୍ମକ ଭାବରେ
ଜୋର ଯାର ମୂଳକ ତାର ସାଜିଛି
ଅଶୋକ ତ
ଚଣ୍ଡାଶୋକ ରୁ ଧର୍ମାଶୋକ
ପାଲଟି ଯାଇଥିଲେ
କିନ୍ତୁ ଏଠିତ
ପଲପଲ ସଭ୍ୟ ଶିକ୍ଷିତ
ଧର୍ମାଶୋକ ରୁ ଚଣ୍ଡାଶୋକ
ପାଲଟି ଯାଉଛନ୍ତି ନିଃସଂକୋଚରେ
ଦେଖା ସୁଂଦର କଖାରୁ ବଡିପରି
ରାତାରାତି
ହଜି ଯାଇଛି ସେ ଅତୀତ
ହଜି ଯାଇଛି ଶିଳାଲିପି
ଉଡି ଯାଇଛି କର୍ପୁର ର ମହକ
କେଵଳ
କନା ଖାଲି ପଡ଼ି ରହିଛି
କାଳର କରାଳ ସ୍ରୋତେ ।
