STORYMIRROR

Pramod Behera

Others

3  

Pramod Behera

Others

କାଳର କରାଳ ସ୍ରୋତେ

କାଳର କରାଳ ସ୍ରୋତେ

1 min
142

ହଜି ଯାଇଛି ସେ ଅତୀତ

ଗୁମୁରି ଗୁମୁରି କାନ୍ଦୁଛି

ସେ ଧଉଳି ଆଉ ଦୟା

କେଉଁ ମହାପୁରୁଷ ?

କିଏ ସେ

ଲେଖି ଯାଇଛନ୍ତି

ସେ ସବୁ ଶିଳାଲିପି

ଏଠିତ ମେଦିନି କମ୍ପୁଛି

ଲୋମମୂଳ ଟାଙ୍କୁରି ଉଠୁଛି

ବୁକୁଫଟା ଚିତ୍କାରରେ

ଅୟୁତ ଅୟୁତ ନିରୀହ ଜୀବ

ଟଳି ପଡୁଛନ୍ତି

ନିମିଷକ ମଧ୍ୟରେ

ବିନା ଦୋଷରେ

ଆଉ ଚାହିଁ ରହିଛନ୍ତି

କ୍ଷୁଧା ମେଣ୍ଟାଇବା ପାଇଁ

ପଲପଲ ନର ରାକ୍ଷସ

କିଏ ଗରିଵ ଶୋଣିତରେ

ହୋଲି ଖେଳୁଛି ନକ୍ତନ୍ଦିବ

ଆଉ କିଏ ?

ହିଂସାତ୍ମକ ଭାବରେ

ଜୋର ଯାର ମୂଳକ ତାର ସାଜିଛି

ଅଶୋକ ତ

ଚଣ୍ଡାଶୋକ ରୁ ଧର୍ମାଶୋକ

ପାଲଟି ଯାଇଥିଲେ

କିନ୍ତୁ ଏଠିତ

ପଲପଲ ସଭ୍ୟ ଶିକ୍ଷିତ

ଧର୍ମାଶୋକ ରୁ ଚଣ୍ଡାଶୋକ

ପାଲଟି ଯାଉଛନ୍ତି ନିଃସଂକୋଚରେ

ଦେଖା ସୁଂଦର କଖାରୁ ବଡିପରି

ରାତାରାତି

ହଜି ଯାଇଛି ସେ ଅତୀତ

ହଜି ଯାଇଛି ଶିଳାଲିପି

ଉଡି ଯାଇଛି କର୍ପୁର ର ମହକ

କେଵଳ

କନା ଖାଲି ପଡ଼ି ରହିଛି

କାଳର କରାଳ ସ୍ରୋତେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍