STORYMIRROR

Bidyutprabha Gantayat

Inspirational

3  

Bidyutprabha Gantayat

Inspirational

ଏକଲା ପକ୍ଷୀ

ଏକଲା ପକ୍ଷୀ

1 min
27.3K



◆◆◆

କାଇଁ ଏତେ ରାବୁ

ଏକଲା ପକ୍ଷୀ

ଡାଳଟାରେ ବସି !

ଚାହାଁ ...ତୋ ଆଖପାଖ

ଶୁଷ୍କ ସବଜ଼ା ହୀନ

ଧୂ ଧୂ ପ୍ରାନ୍ତର ଅସୀମ ।

ତୋ ସାଥି ପକ୍ଷୀ ଦଳ

ଉଡିଯିବାର ହେଲାଣି ତ

କାହିଁ କେତେ ବେଳ

ତୁ ଯେତେ ଡାକିଲେ

ସେମାନେ କି ଶୁଣିବେ

ତୋ'କାତର ପ୍ରାଣ ର ବିକଳ ।

ଏକଲା ପକ୍ଷୀ !

ହଜିଗଲେ ନିଜ ଲୋକ

ହଜିଯାଏ ସ୍ବର

ଫେରିବାର ମୋହ ରଖି

ହଜେ କିଏ?

କହିବାକୁ କହିଥାନ୍ତି ସିନା

ମୁଁ ଫେରିଲେ ତୁମର ।

◆◆◆

© ଡ ବିଦ୍ୟୁତପ୍ରଭା ଗନ୍ତାୟତ




Rate this content
Log in

Similar oriya poem from Inspirational