Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

ଏକଲା ଚଲୋ

ଏକଲା ଚଲୋ

1 min
365



ବନ୍ଧୁରେ ବନ୍ଧୁରେ

କାହାକୁ ତୁ ଭାବୁ ନିଜର

ମାୟାମୟ ଏ ସଂସାର ମିଛରଘର 

ଏକଲା ଚାଲିବା ଧିରେ ଅଭ୍ୟାସକର ବନ୍ଧୁରେ ।


ସୁଖର ସାଥି ଏ ଭଵ  ଦୁଃଖେ ଅନ୍ତର

ସୁଖ ଦୁଃଖ ଉଭୟରେ  ସାହା ଈଶ୍ୱର

ମନକୁ ତୁ ଥୟ କର ବିଭୁ ପୟର ବନ୍ଧୁରେ ।


ଯେତେଦିନ ଗଡ଼ୁଥିବ  ଶରୀର ରଥ

ସେତେଦିନ ଏ ସଂସାର  ଥିବ ତୋ ସାଥ

ରଥ ଅଟକିଲେ କେହି ନୁହେଁ କାହାର ବନ୍ଧୁରେ ।


ପୁତ୍ର ପତ୍ନୀ ପରିବାର ଭାବୁ ନିଜର

ପଡ଼ି ରହିଲେ ସରିଲା କଥା ତୋହର

ନଥିବ ସେନେହ ନଥିବଟି ଆଦର ବନ୍ଧୁର ।


ଯାହାକୁ ସହାୟ ହେବେ ଦେବ ଅନନ୍ତ

ଶକତି ସମ୍ବଳ ହେବ ତାର ଆୟତ୍ତ

ଟାଣିନେବେ କରଧରି କରୁଣାକର ବନ୍ଧୁରେ ।


ଭୁବନ ଆନନ୍ଦ ନନ୍ଦ ନନ୍ଦନ ହରି

ପୂର୍ଣ୍ଣାନନ୍ଦ ପୂର୍ଣ୍ଣକାମ ଘଟ ବିହାରୀ

ଭାଷେ ଜଗନ୍ନାଥ ବେଳୁ ନିରାଟେ ଧର ବନ୍ଧୁରେ ।


Rate this content
Log in

Similar oriya poem from Inspirational