ଏକ ଭାବାବେଗ
ଏକ ଭାବାବେଗ
ଆସୁଛି ବହୁ ଝଡ଼ ଝଞ୍ଜା ଜୀବନ ପଥେ, ତନୁ ମନ ଅବଶ କରି ଦୁସ୍ଥ ମନୋରଥେ ।
କାହିଁ କେତେ ରଥି ମହାରଥୀ ଗଲେଣି ଭାସି ସମୟ ସ୍ରୋତେ ।
ଆମେ ଚାହିଁ ବସିଛୁ ଲଭିବାକୁ ଦିବ୍ୟ ଜୀବନ ଦିବସ ରାତେ ।
ମାନବୀୟ ବିବେକ ଆମ ଗଲାଣି ଥକି ଯୁଗଚକ୍ରେ ଅସ୍ଥିର ଚିତ୍ତେ।
ନବ ପ୍ରଭାତ କେବେ ହେବ ଦୃଶ୍ୟମାନ ବିଶ୍ୱେ ।
ବୁହାଇ ସୁସ୍ଥ ମଳୟ ଯୁବମାନସ ବୁକେ ହରଷେ ।
ନୂତନ ଆହ୍ୱାନ କରିବା ଆମେ ଧରି ନାମ ଜଗନ୍ନାଥେ ।
ନେଇଯିବା ଟାଣି ଆମ ଆର୍ଯ୍ୟଧାମେ ଶାଶ୍ୱତ ଆଲୋକ ପଥେ ।
ଚତୁର୍ଭୁଜଙ୍କୁ କରୁଛୁ ପ୍ରାର୍ଥନା ଦେବାକୁ ଆମକୁ ଦିବ୍ୟ ଚେତନା ।
ଯାହାର ପ୍ରଭାବେ ସ୍ଥାପିବା ମର୍ତ୍ତ୍ୟ ବୈକୁଣ୍ଠ ନ ହୋଇ ଆନମନା ।