STORYMIRROR

Dillip Kumar Mandal

Inspirational Tragedy

3  

Dillip Kumar Mandal

Inspirational Tragedy

ଏଇତ ଜୀବନ

ଏଇତ ଜୀବନ

1 min
549


ଜୀବନର ମାନେ ବୁଝିବା ଆଗରୁ

ଜୀବନଟା ଯିବ ସରି

ସମୟର ବାଟେ ସମୟ ଚାଲିବ

କେହି ପାରିବେନି ଧରି

ଅଧା ରହିଯିବ ଯେତେ ଆଶା ସବୁ

ଅଧା ରହିଯିବ ସପନ

ଏଇତ ଜୀବନ ଏଇତ ଜୀବନ ।।

ସଂସାର ମଞ୍ଚରେ କଳାକାର ସବୁ

ମିଛ ଅଭିନୟ ସାର

ଆସିଅଛେ ଏକା ଚାଲିଯିବା ଏକା

କେହି ନୁହେଁ ଏଠି କାହାର

ନିଶ୍ୱାସକୁ ଭାଇ ନାହିଁତ ବିଶ୍ୱାସ

ଶେଷ ହେବ ଅପରାହ୍ନ

ଏଇତ ଜୀବନ ଏଇତ ଜୀବନ ।।


ମଣିଷ ଜୀବନ ପ୍ରଭୁଙ୍କର ଦାନ

ମହତ କରମ କରି

କରମ ଫଳକୁ ସାଙ୍ଗରେ ଘେନି

ଚାଲିଯିବା ଆର ପାରି

ସତ କର୍ମ କରି ଅମର ରହିବା

ଅରଯିବା କୋଟି ପୁଣ୍ୟ

ଏଇତ ଜୀବନ ଏଇତ ଜିବନ ।।


ଗୁଣଥିଲେ କାନ୍ଦେ ବାଳଥିଲେ ବାନ୍ଧେ

ମନେ ରଖିଥିବେ ସବୁ

ପ୍ରିୟ କଥା କହି ସ୍ନେହ ଶ୍ରଦ୍ଧା ଦେଇ

ସଭିଙ୍କ ମନ ଜିଣିବୁ

ଶେଷ ସମୟରେ ଶଯ୍ୟା ନିକଟରେ

ଥିବେ ବନ୍ଧୁ ପରିଜନ

ଏଇତ ଜୀବନ ଏଇତ ଜୀବନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational