Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmay Behera

Inspirational Children

3  

Chinmay Behera

Inspirational Children

ଏଇ କଥା ପିଲେ ହେଜ

ଏଇ କଥା ପିଲେ ହେଜ

1 min
236


ଦୁନିଆ ଭିତରେ ଧରମ ହିଁ ବଡ଼

           ତ୍ୟାଗ କଲେ ମିଳେ ଫଳ

ସତ୍ୟ, ଶାନ୍ତି, ସେବା ଆପଣାର କଲେ

            ଜୀବନେ ଆସଇ ବଳ ।

ମାନବର ସେବା,ମାଧବର ସେବା

            ଯିଏ କରେ ରାତିଦିନ

ତା' ପାଇଁ ସଂସାର ହୁଏ ମଧୁମୟ

            ଖୁସିରହେ ହୃଦ, ମନ ।

ଦୟା, କ୍ଷମା ଆଉ ଉଦାର ଗୁଣରେ

            ହଜେଇ ଦେଲେ ନିଜକୁ

ପର ବି ଆପଣା ହୋଇଯିବ ଦିନେ

             ଲାଗି ଆସିବ ପାଖକୁ ।

ଯେତେ ଉପରେ ବି ସୂରୁଜ ରହିଲେ

             ବାଣ୍ଟଇ ସୁନେଲି ଖରା

ଭାଇ, ବନ୍ଧୁ ହୋଇ ଚଳୁଥିଲେ ନିତି

             ବିପଦ ନଦେବ ଧରା ।

ଜୀବନ, ମରଣ ଅଢେଇ ଦିନିଆ

             ଭଲ ବାଟ ଟିକେ ଖୋଜ

ଆଜି ଚାଲିଗଲେ କାଲି ଆସିବନି

             ଏଇ କଥା ପିଲେ ହେଜ ।


             


Rate this content
Log in

Similar oriya poem from Inspirational