STORYMIRROR

Tapaswini DashSarangi

Romance

3  

Tapaswini DashSarangi

Romance

ଏଇ ବର୍ଷା ଠିକ୍ ତୁମ ପରି

ଏଇ ବର୍ଷା ଠିକ୍ ତୁମ ପରି

1 min
264

ଏଇ ବର୍ଷା ଠିକ୍ ତୁମ ପରି

ତୁମେ ଯେମିତି ଭିଜାଇ ଦିଅ ତୁମ ପ୍ରେମର ବର୍ଷାରେ

ମୁଁ ଯେମିତି ଭିଜି ଯାଏ ସେ ପ୍ରେମରେ ହଜି ଯାଏ

ଠିକ୍ ସେମିତି ଏ ବର୍ଷା ଓଦା କରି ଦେଉଛି 

ମୋ ତନୁ ମନକୁ।

ଏଇ ବର୍ଷା ଠିକ୍ ତୁମ ପରି

ତୁମେ ଯେମିତି ମତୁଆଲା କରିଦିଅ ତୁମରି ପ୍ରୀତିର ଛିଟାରେ

ମୁଁ ଯେମିତି ଶିହରୀ ଯାଏ ସେ ପ୍ରୀତି ଛିଟାର ସ୍ପର୍ଶରେ

ଠିକ୍ ସେମିତି ଏ ବର୍ଷା ବି ମତୁଆଲା କରୁଛି ମୋ ମନକୁ

ବର୍ଷା ଠାରୁ ତା' ଛିଟା ମନରେ ମାଦକତା ସୃଷ୍ଟି କରୁଛି।

ଏ ବର୍ଷା ଠିକ୍ ତୁମ ପରି

ତୁମର ସେ ଚୁପି ଚୁପି କଥା ଯେମିତି ଭାବପ୍ରବଣ କରିଦିଏ

ମୋ ମନରେ ଅନାବନା ଭାବନା ଜାଗ୍ରତ ହୁଏ

ଠିକ୍ ସମିତି ଏ ବର୍ଷାର ଟିପ୍ ଟିପ୍ ଶବ୍ଦ 

ଏ ମନରେ ଅମାନିଆ ଉଦାମତା ସୃଷ୍ଟି କରୁଛି।

ତୁମେ ଆଉ ଏ ବର୍ଷା

ବର୍ଷା ଆଉ ତୁମେ ମୋ ମନର ବନ୍ଦ ଝରକାକୁ ଖୋଲି ରଖିଛ

ମୁଁ ଚାତକିନୀ ପରି ଚାହିଁ ବସିଛି ଆଉ ବସିବି ମଧ୍ୟ।


Rate this content
Log in

Similar oriya poem from Romance