STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ଏବଂ ବିଚ୍ଛେଦ ର ଗୀତ

ଏବଂ ବିଚ୍ଛେଦ ର ଗୀତ

1 min
173


କୃଷ୍ଣ ବିଚ୍ଛେଦ ରେ ଅନେକ ଯାତନା ହୃଦୟ ବିଦିର୍ଣ୍ଣ ହୁଅଇ

ସର୍ବେ ବିହ୍ଵଳିତ ବଦନ ଆନତ ନେତ୍ରରୁ ଲୋତକ ଝରଇ

ଲୁହରେ ଉଛୁଳେ ସତେ କି ଯମୁନା ନଈ

ବେଦନା କାତର ସ୍ଥିର କି ଉପଳ ସମାନ ଗୋପେ ଗୋପ ଗୋଇ ।।


ଗୋପୀ ଗୋପାଳ ଙ୍କ ହୃଦୟ ଚନ୍ଦନ ସାଥି, ସହଚର, ବାନ୍ଧବ

ବୃନ୍ଦାବନ ଚନ୍ଦ୍ର ବ୍ରଜ ର ବସନ୍ତ ପ୍ରେମ ଉଦଧି ରାଧା ଧବ

ତା ବିହୁନେ କହ କେମିତି ବଞ୍ଚିବ ଜୀବ

ନାରଖାର ଦିଶେ କହ୍ନେଇ ବିଚ୍ଛେଦେ ହଜି ଯାଇଅଛି ବୈଭବ ।।


ଶୂନ୍ୟ କୁଞ୍ଜବନ କଦମ୍ବ କାନନ ପଶୁ ପକ୍ଷୀ ସର୍ବେ ନିଶ୍ଚଳ 

ମାଧବୀ ମାଳତୀ ମରୁଆ ସେବତୀ ଫୁଟୁ ନାହିଁ ଫୁଲ ବକୁଳ

ନିରାଶ ନିଥର ପ୍ରାଣ ହୁଅଇ ବିକଳ

ପରକରି ଦେଇ ଛାଡି ଚାଲିଗଲେ ବିଷର୍ଣ୍ଣେ ବାହୁନେ ଗୋକୁଳ ।।


କାଇଁଚ ମାଳିଆ ଶିଖୀ ଚୁଳିଆ ସେ ହାତରେ ମୋହନ ବାଂଶୋରୀ

ନୀଳକାନ୍ତ ମଣି କାନ୍ତି, ନୀଳମଣି ନନ୍ଦ ଯଶୋଦା ଗଳା ମାଳି

ଛାଡି ସେ ଚାଲିଗଲେ ବଧିର ଅନ୍ଧ କରି

ଚାଲିଯିବାଦିନୁ ତୁଟି ଯାଇଅଛି ଗୋପର ଗଉରବ ଶୀରି ।।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy