STORYMIRROR

Puspanjali Panda

Tragedy

2  

Puspanjali Panda

Tragedy

ଏବେ

ଏବେ

1 min
119

ଏବେ ନିଜ କଥା କାହିଁ ବେଶି ବେଶି ଭଲ ଲାଗେ

ଏବେ ସମୟ ସବୁତ ସଭିଙ୍କୁ ଜବାବ ମାଗେ

ଏବେ ଦିବା ନିଶି ସବୁ ସମାନ ଲାଗୁଛି ନିତି

ଏବେ ଭାବୁଛି ଯାହା ମୁଁ ଅଭିମାନେ ବିତାଇଛି

ଏବେ ସତରେ ଜାଣୁଛି କେତେ ଅସହାୟ ମୁହିଁ

ଏବେ ଚାହିଁଲେ ବି ଜମା ସମୟ ହାତରେ ନାହିଁ

ଏବେ ମାଡ଼ିତ ଆସୁଛି ମୋ ଫେରି ଯିବା ର ବେଳା

ଏବେ ସତସତିକା ତ ସରିଯିବ ଲୀଳା ଖେଳା

ଏବେ ଆଖିରେ ସପନ ବଦଳରେ ଅନ୍ଧକାର

ଏବେ ଜବନିକା ପଡିଯିବ ଶେଷ ଜୀବନର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy