STORYMIRROR

Mamata Naik

Drama Fantasy

3  

Mamata Naik

Drama Fantasy

ଏ ଆଖି

ଏ ଆଖି

1 min
172


 ମୁଠାଏ ସ୍ବପ୍ନ ,ଦି ଆଖି..

କେବେ ବ୍ରହ୍ମାଣ୍ଡ କେବେ ବୈରାଗ୍ୟ ତ ପୁଣି ବ୍ୟଥାର କଜ୍ଵଳ ନାଇଛି ଆହତ ପୃଥିବୀ,

 

ଏ ଆଖି

ଆଖିରେ ଆଖିରେ କେତେ ଯେ ଶବ୍ଦ, ଅବ୍ଦ ଓ ତାଙ୍କ ଶ୍ମଶାନ

ଆଖି ପୁଣି ଶ୍ରାନ୍ତ, କ୍ଳାନ୍ତ ଓ ପ୍ରଶ୍ୱାସର ଚର୍ମଙ୍କ ସକଳ ଦହନ..


ଏ ଆଖି ସମ୍ଭାଳେ ଯୁଗର ବିଷ୍ଣୁ ,ଶିବ, ବ୍ରହ୍ମାଙ୍କ ଯେତେ ତାଣ୍ଡବ..

କେବେ ନଦୀକାନ୍ତ ସାଜି ସାଉଁଟି ନିଏ ତା ଛାତିରେ କୋହର ମୋହର ଲହୁ ଲୁହର ଲୁଣି ଗର୍ଭ...


ଆଖି...

ସବୁ ଇଚ୍ଛା, ପ୍ରୀତି, ଆତ୍ମସଂଯମକୁ ଧୃତରାଷ୍ଟ୍ରର ହଂସି ସାଜି ବାନ୍ଧି ଦିଏ ଆଖିରେ ଅନ୍ଧାର...


ଏ ଆଖି ବେଦନାର ପର୍ବତ 

ରୁଦ୍ଧଶ୍ୱାସରେ ବୋହି ରଖିଥାଏ ଜୀବନ ପ୍ରହେଳିକାର ବନ୍ଦ, ବଧିର ତପ୍ତକୁଣ୍ଡ..।


ସତେ କେଉଁ କାଳରୁ ମୃତ ତଥାପି 

ଅପରାଜିତାର ଅଭିନୟ କରି ଜିଣି ଚାଲିଛି ମୃତ୍ୟୁ,ମରଣ, ଯମଙ୍କ ଦୁଇ ଧାର ଲୁହ...ଚିରାୟୁ...ଚିରକାଳ


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama