ଏ ରେଶମୀ ଡୋରୀ
ଏ ରେଶମୀ ଡୋରୀ
ଅପୂର୍ବ ଏ ବନ୍ଧନ
ବାସ୍ତବତାର ବାତ୍ସଲ୍ୟ ପଟ୍ଟ ଭୂମିରେ ସଶକ୍ତ ସ୍ନେହର ଚନ୍ଦନ
ହଁ ଅପୂର୍ବ ଏ ବନ୍ଧନ
ରକ୍ଷା ବନ୍ଧନ ।
ଭାଇ ଭଗ୍ନୀର ସ୍ଥର୍ୟ୍ଯର ସମର୍ପଣର ସ୍ପନ୍ଦନ
ଶ୍ରଦ୍ଧାବିଶ୍ୱାସ ଆସ୍ଥାର ସଙ୍ଗୀତ ଯେଉଁଠି ହୁଏ ଗୁଞ୍ଜନ
ଅପୂର୍ବ ଏ ବନ୍ଧନ
ହଁ ଏ ରକ୍ଷାର ବନ୍ଧନ ।
ସୂକ୍ଷ୍ମ ନୁହେଁ ଏରାକ୍ଷୀରରେଶମୀ ଡୋରୀ
ମନ ବଚନ କାୟାରେ ଯେଉଁଠି ଭାଇ ପ୍ରତିଜ୍ଞା
ଜନ୍ମଜନ୍ମ ଭଗ୍ନୀର ସୁରକ୍ଷାର ସଜାଗ ପ୍ରହରୀ
ହଁ ଏରକ୍ଷାର ଡୋରୀ ।
ପ୍ରଦୀପର ଏ ପବିତ୍ର ସ୍ଥାପନା
ପ୍ରତି ସମର୍ପଣର ପରମ ଗରିମା
କପାଳରେ ଭଗ୍ନୀ ଦିଏ ଭାଇର ଚନ୍ଦନ ବିନ୍ଦୁ ଟିଏ
ସବୁ ଯୁଗେ 'ସ୍ନେହ' ବହୁଥାଉ ଏମିତି ହୋଇ
ମନ୍ଦାକିନୀ ଟିଏ ।
ପଞ୍ଚମ ଶ୍ରେଣୀର ନୁହେଁ ପ୍ରବନ୍ଧ କିରଚନା
କି ବଖାଣି ବି ପୁଣି ଏହାର ଗୁ
ଣ ଗରିମା
ଦିବ୍ୟ ଯାହାର ଗରିମା
ପବିତ୍ରତା ଯାହାର ହୃଦୟ
ନାହିଁ ଯେଉଁଠି ସ୍ବାର୍ଥନl ସର୍ତ୍ତର କିଛି ଆଭାସ ।
ୟେ ଅକମ୍ପିତ ପ୍ରେମ ଏ ପ୍ରଜ୍ବଳିତ ଦୀପ
ଏ ମଜବୁତ୍ରକ୍ଷାରରେଶମୀ ଡୋରୀ
ଯୁଗେ ଯୁଗେ ଜୀବନର ଚୀର ଶପଥର
ସଂସ୍କାରର ସକ୍ରିୟ ସମର୍ପଣର ସ୍ତୁତି
ଭଗ୍ନୀ ହୃଦୟରୁ ଭାଇର ମଙ୍ଗଳ କାମନା ଓ ଶୁଭାଶିଷ
ସୂତ୍ର ଦି ଏ ବାନ୍ଧି ହସ୍ତରେ ସ୍ବର୍ଗମର୍ତ୍ତ୍ୟ ପାତାଳ ।
ଜୀବନ ମରଣ ଏକାଠି
ଯୁଗରାଗରସାର ସ୍ନେହ ର ଡୋରୀ
ପ୍ରେମ ସମୁଦ୍ରେ ଅଭିମାନର ବଳି ।
ହଁ ଏ ଯୁଗେ ଯୁଗେ ପରମ ଆନନ୍ଦର ସଂସ୍କୃତିର ଅଭିନବ ଦ୍ରୌପଦୀ ଙ୍କ ଦ୍ଵାରା ଶ୍ରୀ କ୍ରିଷ୍ଣା ଙ୍କ ହସ୍ତେ ବିଶ୍ୱାସର ଆକୃତି
ସ୍ନେହର ସଂସ୍କୃତି ଏରକ୍ଷାର ଡୋରୀ।