Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଦୁର୍ଲଭ ଜନମ

ଦୁର୍ଲଭ ଜନମ

1 min
140



କେହି ନ ଜାଣଇ କେତେ ଜନ୍ମ ପରେ

ପାଇଛି ମରତେ ଦୁର୍ଲଭ ଜନ୍ମ

ଆଚାରବିଚାର ମହକେ ମହକି

ଶ୍ରେଷ୍ଠ ପ୍ରାଣୀ ହେବା ନୁହେଁ କି ଧର୍ମ ?


ଯାହା ଦୁର୍ମୂଲ୍ୟ ଦୁଷ୍ପ୍ରାପ୍ୟ ତାହା

ପାଇବାକୁ କେତେ କର୍ମ ସାଧନା

କରିବାକୁ ପଡେ ମାନବ ଜାତିକୁ

ଏକଥାକୁ ବି ସେ ବୁଝି ବୁଝେନା ।


ମାନବର ମତି ଗତି ସୁପଥରେ

ଆଗେଇଲେ ସିନା କର୍ମ ସାର୍ଥକ

କୁଚିନ୍ତା ମନକୁ ଆବୋରି ଧରିଲେ

ହେବ ନାହିଁ କି ସତ୍ପଥ ବାଧକ ।


କରମ ଜୀବନ କର୍ମ ଭଗବାନ

ଏକଥାଟି ନିତି ମନରେ ହେଜି

ଚିତ୍ତ ପ୍ରବୃତ୍ତିର ଶୋଧନରେ ସିନା

ସେପରି କରମେ ପାରିବା ମଜ୍ଜି ।


ଏଥିରୁ ବିଚ୍ୟୁତ ହୋଇଗଲେ କେହି

ସୁଫଳ ନ ପାଏ କେବେ ଜୀବନେ

ସେଥିପାଇଁ ନିଜ ଚେତନା ଜଗାଇ

ଦଶେନ୍ଦ୍ରିୟ ରଖ ନିଜ ଅଧୀନେ ।




Rate this content
Log in

Similar oriya poem from Inspirational