STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ଦୁଇ ଟୋପା ଲୁହ

ଦୁଇ ଟୋପା ଲୁହ

1 min
190

ମୃଗ  ନୟନାର       ସେ ଚୋରା ଚାହାଣୀ

        ଭରିଦିଏ ମାଦକତା,

ସେହି   ମାଦକତା      ମାଦକ ଲଭଇ

       ମିଶି ଲୁହ ଦୁଇ ଟୋପା||


ଯଦି ସେ ନୟନୁ      ଝରୁ ନ ଥାଆନ୍ତା

      ଦୁଇ ଟୋପା ଲୁହ ଧାର

ସେ ନୟନ ଏତେ    ସୁନ୍ଦର ନୁହଁନ୍ତା

      ହୁଅନ୍ତାନି   ହୃଦଚୋର||


ମନରେ ଉଠିଲେ    କୋହର ଜୁଆର

     ହୃଦୟେ ଜଳିଲେ ନିଆଁ

ନୟନ ଯୁଗଳୁ    ଲୁହ ଦୁଇଟୋପା

   ଝରି ଲିଭାଏ ସେ ନିଆଁ ||


ମନ ପ୍ରାଣ ହୃଦ    ଧୋଇ ସଫା କରେ

    ମାତ୍ର ଦୁଇ ଟୋପା ଲୁହ

ଆଖିର ସୌନ୍ଦର୍ଯ୍ୟ    କରି ଶତ ଗୁଣ

     ସୃ୍ଷ୍ଟି କରେ ମାୟା ମୋହ ||


 ବାଲ୍ମିକୀ ଆଖିରୁ    ଲୁହ ଦୁଇ ଟୋପା

      ଲେଖିଦେଲା ରାମାୟଣ

ଗୌତମ ଆଖିରୁ    ଦୁଇ ଟୋପା ଲୁହ

     କହିଲା ଦୁଃଖ କାରଣ ||


ଶାକମ୍ବରୀ ନେତ୍ରୁ   ଦୁଇ ଟୋପା ଲୁହ

    ପୃଥିବୀ ମାଟିରେ ପଡି

ଧରଣୀକୁ କଲା    ଶସ୍ୟ ଶ୍ୟାମଳା

    ଖୋଲି ଦେଲା ସୁଖ ପେଡି ||


ପ୍ରେମିକ ଆଖିରେ   ଲୁହ ଦୁଇ ଟୋପା

     ଯେସନ ଝରିବା ଦେଖି

ହୃଦ ତରଳାଇ     ପ୍ରୀତି ପରଶଇ

    ସେ ପ୍ରେମିକା ନିରିମାଖି ||


ଜୀମୂତ ଆଖିରୁ   ଲୁହ ଦୁଇଟୋପା

     ଝର ଝର ଯାଇ ବହି

ଶୁଷ୍କ ପୃଥିବୀର     ଉତ୍ତାପ କମାଏ

     ଜଳମୟ ହୁଏ ମହୀ ||


ଜଳଦ ଆଖିରୁ    ଲହ ଦୁଇ ଟୋପା

      ଧରା ବକ୍ଷପରେ ଝରି

ଶସ୍ୟ ଶ୍ୟାମଳା     ସବୁଜ ପୃଥିବୀ

     ହସି ଉଠେ କିରିକିରି ||


ବରଷା ରାଣୀର    ଲୁହ ଟୋପା ଦେଇ

    ରବିକର ପ୍ରବେଶିଣ

ପ୍ରତିଶୃତ ହୋଇ    ଇନ୍ଦ୍ରଧନୁ ରଚେ

     ହରି ନିଏ କୋଟି ପ୍ରାଣ||


ନୟନ କୋଣର    ଦୁଇଟୋପା ଲୁହ

    ଦେଖାଏ ତା କରାମତି

ନେତ୍ରର ସୁଷମା    ଶତଗୁଣ କରି

    ଯୋଡି ଦିଏ ଭାବ ପ୍ରୀତି||


ନୟନ କୋଣରୁ   ଲୁହଟୋପା ଝରି

    ପରକୁ ଆପଣା କରେ

ଦୂରକୁ ନିକଟେ    ନେଇଆସେ ସିଏ

      ସୁଖ ଭରେ ଜୀବନରେ ||


      


       


Rate this content
Log in

Similar oriya poem from Inspirational