STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଦୁଃଖୀ

ଦୁଃଖୀ

1 min
13.1K


 ଭିକ ମାଗୁଥିବା ପିଲାଟିକୁ

ଦିନେ ପଚାରି ଦେଲି

ପାଠ ତୁ ନପଢି କାହିଁପାଇଁ

 ଭିକ ମାଗୁଛୁ ବୋଲି

ଏ ବୟସ ତୋର ଖେଳକୁଦ

ପାଠ ପଢିବା ପାଇଁ

କାହିଁକି ନପଢି  ଭିକ ମାଗୁ

ବାର ଦୁଆରେ ଯାଇ

ପିଲାଟି କହିଲା ସାହା ବୋଲି

ମୋର ନାହାଁନ୍ତି କିଏ

ଘରେ ବୁଢୀ ମାଆ ଅଶି ବରଷର

ଅନ୍ଧୁଣୀ ସିଏ

 ଭିକ ନ ମାଗିଲେ କିଏ ଦବ ବାବୁ

ପେଟକୁ ଭାତ

ସେଇ ଯୋଗୁ ମୁହିଁ ବାର ଘର ବୁଲି

ପାତୁଛି ହାତ

ପାଠ ମୁଁ ପଢିଲେ ଅନ୍ଧୁଣୀ ମାଆକୁ

ପୋଷିବ କିଏ

ପାଠ ପଛେ ଲୋଡ଼ା ଆଗ ଲୋଡ଼ା ମୋର

ପଇସାଟିଏ

ଶୁଣି ତା’ର କଥା ଲୁହ ଛଳଛଳ

ହେଲା ମୋ ଆଖି

ଭାବିଲି, ହେ ପ୍ରଭୁ କେମିତି ସହୁଚ

ତା ‘ଦୁଃଖ ଦେଖି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics