STORYMIRROR

Manorama Mohanty

Tragedy

2  

Manorama Mohanty

Tragedy

ଦୁଃଖ

ଦୁଃଖ

1 min
131

ଦୁଃଖ ତ ମୋହର  ଚିର ସହଚର

    କାହିଁ ବା ପାଇବି ସୁଖ

ଦୁଃଖ ଦରିଆରେ  ଭାସି ଭାସି ଯାଏ 

     ଦୁଃଖ ଆଉ ଖାଲି ଦୁଃଖ

ଜୀବନଠୁ ବଳି  ପୁଅ, ବୋହୁ ଝିଅ 

    ସବୁ ତ ହୋଇଲେ ପର

ଚାଲିଲେ ସଭିଏଁ   ଆପଣା ବାଟରେ 

    କରି ମୋତେ ପାଶୁ ଦୂର

ଲହୁ ଲୁହ ଦେଇ   ଘର ସଜାଡିଲି 

    ପାଇବାକୁ ଟିକେ ସୁଖ

ସଂସାର ଯାତନା   ସତେକି ଦାରୁଣ 

     ବିହି ହୋଇଲେ ବିମୁଖ

ହଜି ଯାଏ କିଏ    ଆନନ୍ଦଲଗନେ 

     ଝରାଏ ଆଜି ମୁଁ ଲୁହ

କାନ୍ଦିବା ପାଇଁ କି    ଜନମିଲି ମୁହିଁ 

     ସହି ଅନ୍ତରର କୋହ

ସରିନି ଏ ଯାଏ    ସଂସାରଜଂଜାଳ 

     କାଲି ନିଶ୍ଚେ ହେବି ବୁଢ଼ା

ବୁଢ଼ା ହେଲା ପରେ  ଏସମାଜ ପାଇଁ 

     ଆଉ କି ହୋଇବି ଲୋଡ଼ା

ହଜିଗଲେ କେବେ  କିଏବାଖୋଜିବ 

     ଆଶ୍ରା ହେବ ଜରାଶ୍ରମ

ସେଇଠି ସରିବ   ଜୀବନ କାହାଣୀ 

     ହାତ ଧରିନେବ ଯମ

ତୁମେ କୁହ ପ୍ରଭୁ  କେଉଁଅପରାଧେ 

      କାନ୍ଦିବି ଜୀବନ ଯାକ

ମୋ କାନ୍ଦିବାଦେଖି  ଖୁସିକିହୋଇବ 

      ରହିବ କି ତୁମ ଟେକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy