STORYMIRROR

Kabiratna Nutan Kumar Behera

Drama Classics Inspirational

3  

Kabiratna Nutan Kumar Behera

Drama Classics Inspirational

ଦୁଃଖ ନିଅ ହେ ଦୟାମୟ

ଦୁଃଖ ନିଅ ହେ ଦୟାମୟ

1 min
136

ପ୍ରଭୁ ହେ ତୁମେ ଚିରନ୍ତନ ଚିନ୍ମୟ

ସାରା  ସଂସାର  ତୁମ  ଆନନ୍ଦମୟ

ତୁମେ ନିର୍ବିକାର ନିରାମୟ

ଦୁଃଖ ନିଅ ହେ ଦୟାମୟ

ଥାଉଁ  ଥାଉଁ  ତୁମେ  ଲାଗୁଛି ବିସ୍ମୟ

ଚାରିଆଡ଼େ  ଖାଲି  ବ୍ୟାପୁଛି ଆମୟ

ଏ  ମଣିଷ  ଦୁଃଖେ  ହୁଏ  ନିରୁପାୟ

ପାଏନା ଖୋଛି ସେ କିଛି  ବି ଉପାୟ।

ହୁଏ ସଦା ସିଏ ଅଥୟ

ସୁଖର  ସଂସାର   ଗଢିଛ  ଯତନେ

ବୁଦ୍ଧି ବିବେକ  ଜ୍ଞାନ  ଦେଇ ଜୀବନେ,

ମାନବ ଭୋଗେ ଦୁଃଖ ତାର ଅଜ୍ଞାନେ 

ସତ୍ୟ ଶାନ୍ତି ଭାବେ ନାହିଁ କେବେ ମନେ।

କରେ ନାହିଁ କିଛିକୁ ଭୟ

ଲୋଭ ମୋହ ମାୟା କରେ ତାକୁ ବଶ 

ବୁଝି  ଅବୁଝାରେ  ହୁଏ ସେ ନିରାଶ,

ରଖେ  ନାହିଁ ଜମା  ଭରସା ବିଶ୍ଵାସ

ଅମୃତକୁ  ଛାଡି  ପିଏ  ନିତି  ବିଷ।

ନିଷ୍ଠୁର କରି ତା ହୃଦୟ

ଚିନ୍ତା  ଚେତନାରେ ଭରି  ଦିଅ କ୍ଷମା

ଛାଡି  ଚାଲୁ  ସିଏ  ଅବାଟର  ଅମା

ଅନୁଭବ   କରୁ   ପ୍ରକୃତି   ସୁଷମା

ବୁଝୁ  ଥରେ  ତୁମ  ଅନନ୍ତ ମହିମା।

ଦୁଃଖ ନିଅ ହେ ଦୟାମୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama