Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy Inspirational

3  

KRUTIBAS NAYAK

Tragedy Inspirational

ଦୁଃଖ ଲାଗୁଛି

ଦୁଃଖ ଲାଗୁଛି

1 min
243



ଭାରି ଦୁଃଖଲାଗେ ଆମ ରାଇଜର ଲୋକ ଚରିତ୍ରକୁ ଦେଖି,

ଗରିବ ହେବାକୁ ମାଗଣା ନେବାକୁ ରହିଛନ୍ତି ଦଳେ ଟାକି |


ଯେଉଁଠି ଦେଖିବ ଓଡ଼ିଆରେ ଲେଖା ନିଶ୍ଚୟ ଭୁଲଥିବ,

ସରକାରୀ କଳ ସବୁଠୁ ଦୁର୍ବଳ କାହାକୁ ଯାଇ କହିବ ?


ସବୁଠି ଅଛନ୍ତି ଆମ ନିଜଲୋକ ଅପଢା ପଣ୍ଡିତ ବେଶି,

ତାଙ୍କ ଭାଷାଜ୍ଞାନ ବୁଦ୍ଧିକୁ ଦେଖିଲେ ମାଙ୍କଡ଼ ବି ଦେବ ହସି |


କ୍ଷମତା ପଦବୀ ପାଇଗଲେ ଥରେ କଳେ-ବଳେ କଉଶଳେ,

ପେଟ ବଢିଯାଏ କୁବେର ହୁଏ ସେ ପାଦ ଲାଗେ ନାହିଁ ତଳେ |


ନିଜର ଦାୟିତ୍ଵ କର୍ତ୍ତବ୍ୟକୁ ଛାଡ଼ି ଧାନ ଠୁଳ କରୁଥାଏ,

ଟିକସଦାତା ଯେ ଦ୍ଶାର ମାଲିକ ସେ କଥାକୁ ଭୁଲିଯାଏ |


ନିଜ ମାଆ ଆଉ ମାତୃଭାଷା ପାଇଁ ଟିକିଏ ଦରଦ ନାହିଁ,

ମାତୃଭୂମି କଥା କିଏ ବା ପଚାରେ ଏମାନେ ହିଁ ଦେଶଦ୍ରୋହୀ |


Rate this content
Log in

Similar oriya poem from Tragedy