STORYMIRROR

Amarnath Barick

Classics

4  

Amarnath Barick

Classics

ଦୁବରେ ଥାଏ ଔଷଧୀୟ ଗୁଣ

ଦୁବରେ ଥାଏ ଔଷଧୀୟ ଗୁଣ

1 min
399

ମଧୁମେୟ ରୋଗ କରେ ନିୟନ୍ତ୍ରଣ

ରକ୍ତ ଚାପରୁ ମୁକତି

ଦୁବ ଘାସ ରସ ଦୁଇ ଚାମଚରେ

ମିଶାଇଲେ ନିମପତି ।


ସକାଳୁ ସକାଳୁ ଅଖିଆ ପେଟରେ

ଗୋଟେ ଗିଲାସ ପାଣିରେ

ନିୟମିତ କଲେ ସେବନ ଏହାକୁ

ଯନ୍ତ୍ରଣା ରୁ ଦୁର କରେ ।


ହେଉଥିଲେ କେବେ ମାଢିରେ ଦରଜ

ରେଢ଼ା ଉପଶମ ପାଇଁ

ମାଲିସ କରିଲେ ଦୂର୍ବାଦଳ ରସ

ମିଳେ ଆରାମ ଟି ତହିଁ ।


ଚର୍ମ ରୋଗ ଥିଲେ ଦେହରେ ପୁରୁଣା

ହେଉଥାଏ ଯଦି ବ୍ରଣ

ମୁଲତାନି ମାଟି ହଳଦୀ ସାଥିରେ

ଦୁବ ରସ ଦେବ ପୁଣ ।


ଲଗାଇ ଏହାକୁ କିଛି କ୍ଷଣ ପରେ

ପାଣିରେ ଦେବଟି ଧୋଇ

ଧିରେ ଧିରେ ବ୍ରଣ ଭଲ ହୋଇଯିବ

ଦାଗ ବି ଯିବ ଉଭେଇ ।


ୠତୁଶ୍ରାବ ଯଦି ଅନିୟମିତତା

ହେଉଥାଏ ନାରୀଙ୍କର

ଏକ ଚାମଚର ମଧୁ ସହିତରେ

ଦୁବ ରସ ପାନ କର ।


ପାଟିକୁ ଲାଗିଲେ ସ୍ଵାଦୁ କି ଅରୁଚି

ନଦେଖିଲେ ଆମେ ତାହା

ଗ୍ରହଣ କରିଲେ ଔଷଧୀୟ ରୂପେ

ମିଳିବ ଆମକୁ ରାହା ।


ଶରୀର ରହିବସୁସ୍ଥ ଓ ସବଳ

କାମରେ ଲାଗିବ ମନ 

ଚମତ୍କାର ତା'ର ମହାନତା ଗୁଣ

ଲେଖେ ତା ବିଧିବିଧାନ ।



Rate this content
Log in

Similar oriya poem from Classics