STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଦୋଳ ଗୋବିନ୍ଦ

ଦୋଳ ଗୋବିନ୍ଦ

1 min
0

ଦୋଳଗୋବିନ୍ଦ
ଦିଲ୍ଲୀପ କୁମାର ସାହୁ
""""""""""""""""""""""""
ଗୋବିନ୍ଦ ଗୋବିନ୍ଦ ଦୋଳଗୋବିନ୍ଦ
ପଦାରବିନ୍ଦ ରେ ମହା ଆନନ୍ଦ
ମଳୟର ଛନ୍ଦ ଝରେ ମକରନ୍ଦ
ଦୋଳ ବିମାନ ରେ ପରମାନନ୍ଦ...୦.

ଫଗୁଣ ଆସିଲେ ଉଛୁଳେ ଯମୁନା
କଦମ୍ବ ସଜାଏ ପ୍ରୀତିର ଅଗଣା
ଯୋଛନା ଢାଳଇ ପୂନେଇ ଜହ୍ନ
ଗୋପ ବୃନ୍ଦାବନ ପକାନ୍ତି ମନ
ଗୋପୀଙ୍କ ମେଳରେ ରାଧିକା ରାଣୀ
କହ୍ନେଇ ଧରିଲେ ପଣତ ଟାଣି
ଦୋଳ ପୂନେଇ ରେ କରିଲେ ରାଧାକୁ
ପ୍ରେମ ନିବେଦନ ଗୋକୁଳ ଚାନ୍ଦ....୧

ପିରତି ବହଳ ଲାଜୁଆ ଆଖିରେ
ହଜାରେ ସପନ ହୋଇଲା ମାଖିରେ
ମଳୟ ମଧୁର କୋଇଲି ସୁର
ଫୁଲର ମହକ ପ୍ରୀତି ଯୁଆର
ଦୋଳିରେ ଝୁଲିଲେ ପ୍ରେମୀ ଯୁଗଳ
ଖୁସିରେ ବିଭୋର ଗୋପୀ ଗୋପାଳ
ସେହି ଦୋଳି ଦୋଳ ଭାବରେ ବହଳ
ମଠ ମନ୍ଦିରରେ ଭକତି  ଛନ୍ଦ....୨

ଦୋଳ ବିମାନ ରେ ବିଜେ ରାଧାକୃଷ୍ଣ
ହୁଅଇ ଭଜନ ହୁଅଇ କିର୍ତ୍ତନ
ଭକତ ଦ୍ବାରକୁ ଦିଅଁ ଯାଆନ୍ତି
ଭୋଗ ଖାଇ ଖାଇ ଗାଁଆ ବୁଲନ୍ତି
ଏ ଗାଁଆ ସେ ଗାଁଆ ଦୋଳ ମେଲଣ
ଭକତେ କରନ୍ତି ଫଗୁ ଅର୍ପଣ
ଦୋଳଗୋବିନ୍ଦ ଙ୍କୁ ଦରଶନ କରି
ପୁଲକିତ ପ୍ରାଣ ମହା ଆନନ୍ଦ...୩



Rate this content
Log in

Similar oriya poem from Classics