STORYMIRROR

Bidyutprabha Gantayat

Inspirational

3  

Bidyutprabha Gantayat

Inspirational

ଦୋହା ସପ୍ତକ- ବସନ୍ତ

ଦୋହା ସପ୍ତକ- ବସନ୍ତ

1 min
13.5K


 ଝୁଲି ଝୁଲି ଆସ ମଧୁମାସ ସୁରମ୍ୟ ଦୋଳାରେ

ପଲ୍ଲବିତ ବାର୍ତ୍ତା ନେଇ...

ମୋ ମନର ଗୋପନ ବେଳାରେ।

କାକଳି କୂଜିତ ନୀଳ ହ୍ରଦେ

ନୀଳକଇଁ ଉନ୍ ମନା

ପରାଗ ସିଂଚିତ ପାରିଜାତ

ବନେ ମନ୍ଦ ମନ୍ଦ ବାସ୍ନା।

ଛାୟାଲୋକ ଉପବନ କିଆ

କେତକୀ ମହକେ

ସୂର୍ଯ୍ୟସ୍ନାତ ଶୋଭାବନ

ସୁଉଜ୍ଜ୍ବଳ କିରଣ ଝଟକେ।


ପଳାଶେ ଅଗ୍ନି ଦହନ

କୃଷ୍ଣଚୂଡା ଫୁଲରେ ଫୁଲରେ

ଆମ୍ରକୁଂଜେ ପିକ ଗାଏ

ବାସନ୍ତିକା ରାଗ ପଞ୍ଚମରେ।

ମୁଗ୍ଧ ମଧୁପ ପଙ୍କ୍ତି ର

ବାଗେଶ୍ବରୀ ବୃନ୍ଦଗାନ ମଧୁସିକ୍ତ

ଶୁଭ୍ର ମଲ୍ଲିକା ସଂଭାରେ

ବସନ୍ତ ମଞ୍ଚେ ଅଭିଷିକ୍ତ।

ଆହ୍ଲାଦିତ ଋତ ସ୍ତାବକ

ସଂଭାଷଣ ସର୍ବେ ମୁଗ୍ଧ

ପ୍ରକୃତିର ପ୍ରୀତିପର୍ବ

ଚରାଚର ବିଧୂର ବିଦ୍ଗଧ।



ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational